ଫେରିଘାଟ ରାସ୍ତା ଅବସ୍ଥା ଶୋଚନୀୟ:ନଦୀ ପାର ହେଲେ ଠେଲାଯାଉଛି ଗାଡ଼ି

ମହାକାଳପଡା: ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ଫେରିଘାଟକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛିା ଗୋବରୀ ନଦୀ କୂଳେ କୂଳେ ଅବସ୍ଥିତ ଉକ୍ତ ଫେରିଘାଟ ରାସ୍ତାର ମରାମତି ଦୀର୍ଘ ଦିନ ହେବ ହୋଇନାହିଁ । ସେହିପରି ଗୋବରୀ ନଦୀ କୂଳ ଲଙ୍ଘିଥିବାରୁ ରାସ୍ତାର ଅର୍ଦ୍ଧେକ ଅଂଶ ନଦୀ ଗର୍ଭରେ ଲୀନ ହୋଇଗଲାଣି । ବର୍ଷାଦିନେ ଆଣ୍ଠୁଏ କାଦୁଅରେ ଏହି ରାସ୍ତା ଦେଇ ଲୋକମାନେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି । ଘାଟ ପାରି ହେବା ପରେ ଘାଟଠାରୁ ପ୍ରାୟ ୧ କି.ମି ସଂକୀର୍ଣ୍ଣ କାଦୁଅ ପଚରପଚର ରାସ୍ତାଦେଇ ଅତିକ୍ରମ କରିବା ପରେ ମହାକାଳପଡା ପଂଚାୟତର କେୟାରବାଙ୍କ ଗ୍ରାମ ପଡିଥାଏ । ଏହି ଘାଟ ଉପରେ ବିଜୟନଗର, ବଢିହ ଆଦି ପଂଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ।

ଦୈନିକ କଲେଜ ଛା୍ରତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧରଣ ଏହି ଫେରିଘାଟ ପାରି ହୋଇ ମହାକାଳପଡାଠାରେ ଥିବା ବ୍ଲକ, ତହସିଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାୟାବାବା ମହାବିଦ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ଆସିଥାନ୍ତିିା କିନ୍ତୁ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ରାସ୍ତା ଯୋଗୁଁ ଠିକ୍‌ ସମୟରେ ପାଠପଢା ଓ ପରୀକ୍ଷାରେ ପହଞ୍ଚିପାରୁ ନାହାନ୍ତି । ଫଳରେ ସେମାନେ ଆଜି ବିଜୟନଗର ପଂଚାୟତର ସରପଞ୍ଚଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନକରି ଉକ୍ତ ଫେରିଘାଟ ରାସ୍ତାର ମରାମତି କରିବାକୁ ଅନୁରୋଧ କରିଛନ୍ତିା ଏ ସଂପର୍କରେ ସରପଂଚ ସୋମନାଥ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ମହାକାଳପଡା ବିଡିଓଙ୍କ ସହିତ ଅଲୋଚନା କରାଯାଇ ଖୁବ୍‌ ଶୀଘ୍ର ଉକ୍ତ ରାସ୍ତାର ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର