ମହାକାଳପଡ଼ା: ବଢିହ ପଞ୍ଚାୟତର ଇଟାକଣ୍ତିଆ ଗ୍ରାମରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପରିବାର ଲୋକେ ସଂପର୍କୀୟମାନେ ଦୀର୍ଘ ୧୬ ବର୍ଷ ଧରି ଘରେ ଲୁହା ଶିକୁଳିରେ ବାନ୍ଧି ରଖିଛନ୍ତି। ଏ ନେଇ ଅନ୍ତର୍ଜାତୀୟ ମାନବଧିକାର ପରିଷଦ ଓଡ଼ିଶା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଆଜି ପରିଷଦର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ତାଙ୍କୁ ଶିକୁଳି ମୁକ୍ତ କରିବାକୁ ପ୍ରବର୍ତ୍ତାଇ ଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ୧୬ ବର୍ଷ ହେଲା ଇଟାକଣ୍ତିଆ ଗ୍ରାମର ନୀରଞ୍ଜନ ନାୟକ(୪୮)ଙ୍କ ହାତ ଓ ଗୋଡ଼ରେ ଲୁହା ଶିକୁଳି ପକାଯାଇ ଗଛରେ ବନ୍ଧା ଯାଇଛି। ଆଜି ଅପରାହ୍ନରେ ପରିଷଦର ଓଡ଼ିଶା ଶାଖା ନେତ୍ରୀ ସସ୍ମିତା ଦାସ, ସଦସ୍ୟ ସଂଜିତ କୁମାର ମହାନ୍ତି, ଜଗନ୍ନାଥ ମହାନ୍ତି, ପ୍ରିୟବ୍ରତ ପଟ୍ଟନାୟକ, ଲିପିକା ରାୟ, ଦେବାଶିଷ ଧଳ ପ୍ରମୁଖ ଗ୍ରାମରେ ପହଞ୍ଚି ନୀରଞ୍ଜନଙ୍କ ବଡ଼ ଭାଇ ଓ ତାଙ୍କ ପୁଅକୁ ବୁଝାସୁଝା କରିବା ସହିତ ଶିକୁଳିମୁକ୍ତ କରିବାକୁ କହିବା ସହ ଚିକିତ୍ସା ନିମନ୍ତେ ପ୍ରବର୍ତ୍ତାଇ ଥିଲେ। ଏଥିରେ ପରିବାର ସଦସ୍ୟମାନେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।
ପରିଷଦ ପକ୍ଷରୁ ନିର˚ଜନଙ୍କୁ ଉଦ୍ଧାର ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଭେଟି ଆବେଦନ କରାଯାଇଛି ।ଏହି ଟିମ୍ ରାଜ୍ୟ ସରକାରଙ୍କୁ ମଧୢ ଏକ ରିପୋର୍ଟ ପ୍ରଦାନ କରିବ ବୋଲି କହିଛି ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର