ସୁରକ୍ଷା ବ୍ୟବସ୍ଥାରେ ଢିଲା:ଅଲିଭରିଡଲେଙ୍କ ସମୂହ ଅଣ୍ଡାଦାନକୁ ନେଇ ଆଶଙ୍କା

କୂଳରେ ଭାସୁଛି ଶତାଧିକ ମୃତ କଇଁଛ

ରାଜନଗର,: ବରୁଣେଇ ମୁହାଣ, ପେଣ୍ଠ, ସାତଭାୟା, ଗହୀରମଥା ଓ ବାବୁବାଲିଠାରେ ଅଲିଭ୍‌ରିଡଲେ କଇଁଛଙ୍କ ମୃତଦେହ କୂଳରେ ଲାଗୁଛି। ବ୍ରାହ୍ମଣୀ, ବୈତରଣୀ, ହ˚ସୁଆ ନଦୀକୂଳରେ ଶହଶହ କଇଁଛ ମରି ପଡ଼ିଛନ୍ତି। ସମଗ୍ର ବିଶ୍ବରେ ଉପଲବ୍ଧ ଅଲିଭ୍‌ରିଡ୍‌ଲେଙ୍କ ସ˚ଖ୍ୟା ମଧୢରୁ ପ୍ରାୟ ୫୦ ପ୍ରତିଶତ ଓଡିଶା ଉପକୂଳରେ ସମାଗମ ହେଉଥିବା ବେଳେ ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବନବିଭାଗର ଖାତାରେ ଚଳିତବର୍ଷ ମାତ୍ର ୪ଶହ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରକୃତପକ୍ଷେ ଏହି ସ˚ଖ୍ୟା ୧୦ ହଜାରରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ସରକାରୀ ରେକର୍ଡ ଅନୁଯାୟୀ ୨୦୧୪-୧୫ରେ ୧୦୭୪, ୨୦୧୫-୧୬ରେ ୧୭୧୧, ୨୦୧୬-୧୭ରେ ୧୨୪୭, ୨୦୧୭-୧୮ରେ ୭୮୮ କଇଁଛଙ୍କ ମୃତ୍ୟୁ ଘଟିଛି। ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ କି.ମି. ବାଲୁକା ଶଯ୍ୟାରେ ଏହି କଇଁଛମାନଙ୍କ ପ୍ରଥମ ସମୂହ ଅଣ୍ତାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ସେହିଦିନ ଠାରୁ ଅଲିଭ୍‌ରିଡ୍‌ଲେଙ୍କ ଆଗମନ, ମିଳନ ଓ ସମୂହ ଅଣ୍ତାଦାନ ପ୍ରକ୍ରିୟା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ପାଇଁ କୌତୁହଳର ବିଷୟ ହୋଇ ରହିଆସିଛି।
ଅନ୍ୟପକ୍ଷରେ ଏହି କଇଁଛଙ୍କ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସ˚ଗଠନ ବିଭିନ୍ନ କାର୍ଯ୍ୟକ୍ରମ ଓ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ତିମ ପିଟୁଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମଧୢ ନଭେମ୍ବର ପହିଲାରୁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ, ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା କଡାକଡି କରାଯାଉଛି। ଏହା ସ‌େତ୍ତ୍ବ ନିଷିଦ୍ଧାଞ୍ଚଳରେ ମାତ୍ରାଧିକ ଟ୍ରଲର ଚଳାଚଳ ଓ ଟ୍ରଲର ମାଡରେ ହଜାର ହଜାର କଇଁଛ ମରି ପଡିବା ଘଟଣା ଉଦ୍‌ବେଗ ସୃଷ୍ଟି କରିଛି। କଇଁଛଙ୍କ ଆଗମନ ବର୍ଷକୁ ବର୍ଷ ହ୍ରାସ ପାଉଥିଲେ ମଧୢ ମୃତ୍ୟୁହାର ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଆଜିସ୍‌ୁଦ୍ଧା ବନବିଭାଗ ପାଟ୍ରୋଲି˚ ଟିମ୍‌ ୬୧ଟି ଟ୍ରଲର ଜବତ କରିଥିବା ବେଳେ ୪୦୫ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସ˚ଖ୍ୟକ ଟ୍ରଲର ଜବତ କରାଯାଇଛି।
ଗହୀରମଥାର ବାବୁବାଲି, ଅଗରନାସୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ପେଣ୍ଠ ସ˚ଲଗ୍ନ ବ˚ଗୋପସାଗରର କୂଳରେ ଅଲିଭ୍‌ରିଡ୍‌ଲେ ଭିଡ ଜମାଇଥାନ୍ତି। କୂଳଠାରୁ ୨ଶହରୁ ୪ଶହ ମିଟର ମଧୢରେ ୨ଲକ୍ଷରୁ ଅଧିକ କଇଁଛ ଭିଡ଼ ଜମାଇଛନ୍ତି। ୨୦୦୭-୦୮, ୨୦୧୩-୧୪ କଇଁଛମାନେ କୂଳକୁ ଲକ୍ଷାଧିକ ସ˚ଖ୍ୟାରେ ଆସି ମଧୢ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ୨୦୧୫-୧୬ରେ ୫ଲକ୍ଷରୁ ଅଧିକ କଇଁଛ ଅଣ୍ତା ଦେବା ପାଇଁ ସମୁଦ୍ର କୂଳରୁ ୫ଶହ ମିଟର ମଧୢରେ ଭିଡ ଜମାଇଥିଲେ। ମାତ୍ର ୫୧ହଜାର ୭୪୮ କଇଁଛ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ହଜାର ହଜାର ସ˚ଖ୍ୟାରେ କଇଁଛଙ୍କ ମୃତ୍ୟୁ ଘଟିଥିବାରୁ ସମୂହ ଅଣ୍ତାଦାନ ପ୍ରକ୍ରିୟାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର