ରାସ୍ତା ଉପରେ ଡ୍ରେନ ପାଣି, ଲୋକେ ହନ୍ତସନ୍ତ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ସଦର ମହକୁମାର ବିଭିନ୍ନ ସାହିର ଡ୍ରେନ ଗୁଡିକ ସଫା କରାଯାଇନଥିବାରୁ ଡ୍ରେନର ଆବର୍ଜନା ପାଣି ରାସ୍ତାରେ ବୋହୁଥିବାରୁ ସାହି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇଛି। ପଞ୍ଚାୟତ ପକ୍ଷରୁ ଦୀର୍ଘ ଛଅ ମାସ ଧରି ଡ୍ରେନ ସଫେଇ କାର୍ଯ୍ୟକ୍ରମ ଚାଲୁଥିଲେବି ଆଜିଯାଏଁ ସରିବାର ନା ନେଉନଥିବାରୁ ସାହି ବାସିନ୍ଦାଙ୍କୁ ଏପରି ସମସ୍ୟା ଭୋଗିବାକୁ ପଡୁଛି। ଗତ କିଛି ଦିନ ହେବ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱ ଡ୍ରେନ ସଫା କରାଯାଇଥିଲେବି ମଇଳା ଉଠାଇବାରେ ବିଳମ୍ବ ହୋଇଥିଲା। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିବାରୁ ଉକ୍ତ ମଇଳାକୁ ଉଠାଇଥିଲେ। ପରେ ଘଣ୍ଟ ଘର ଛକ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ପଟେ ସଫା କରାଯାଇଥିବା ବେଳେ ଉକ୍ତ ମଇଳାକୁ ଆଜି ପର୍ଯ୍ୟନ୍ତ ଉଠାଯାଇନଥିବାରୁ ପରିବେଶ ଦୂଷିତ ହୋଇପଡିଛି। ସେହିପରି ବଡବ୍ରାହ୍ମଣ ସାହିର ଦୁଇ ପାର୍ଶ୍ୱରେ ଥିବା ଡ୍ରେନ ପ୍ରାୟ ତିନି ବର୍ଷ ହେବ ସଫା କରାଯାଇନଥିବାରୁ ଡ୍ରେନ ଗୁଡିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ବର୍ଷା ଦିନରେ ପାଣି ଡ୍ରେନରେ ନଯାଇ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର