୩ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ରାୟଗଡ଼ା: ରାଜ୍ୟ ସମବାୟ ଓ ଖାଉଟି ସୁରକ୍ଷା କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ରାୟଗଡା ଜିଲ୍ଲା ଚିକିତ୍ସାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ୧୦ ଜଣ ହିତାଧିକାରୀଙ୍କୁ ଯୋଜନା ସଂପର୍କିତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ଏହାପରେ ରାୟଗଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ରାୟଗଡ଼ା ଉପଖଣ୍ଡର କୋଲନରା ବ୍ଲକ ରେଖାପଦର, କଲ୍ୟାଣସିଂହପୁର ବ୍ଲକ ଏବଂ କାଶୀପୁର ବ୍ଲକ ଟିକିରି ଅଞ୍ଚଳ ପାଇଁ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସହ ରାୟଗଡ଼ାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଲୋକାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଲାଲ ବିହାରୀ ହିମିରିକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ପୈାରାଧ୍ୟକ୍ଷା ଭି. ଗୈାରୀ ଜୟନ୍ତୀ, ଏଡ଼ିଏମଓ ସଂଯୁକ୍ତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସିଡ଼ିଏମଓ ଚନ୍ଦ୍ରିକା ପ୍ରସାଦ ଦାସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଥିବା ବେଳେ କାଉନସିଲର ସୁଜାତା ପାଳ, ଜୟରାମ ଜେନା, ଡ଼ିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ

ସମ୍ବନ୍ଧିତ ଖବର