#ମି ଠୁ ଅଭିଯାନ : ମିଛ ବୋଲି ପ୍ରମାଣ ହେଲା ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ, ନାନା ପାଟେକରଙ୍କ ବିରୋଧରେ ମିଳିଲାନି କୌଣସି ପ୍ରମାଣ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଯୌନ ଶୋଷଣର ଅଭିଯୋଗ ଭାରତରେ #ମି ଠୁ ଅଭିଯାନକୁ ସକ୍ରିୟ କରିଥିଲା । ଦିଗ୍ଗଜ ଅଭିନେତା ନାନ ପାଟେକର ଏବଂ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣି ଖୁବ୍‌ ଚର୍ଚ୍ଚିତ ହୋଇଥିଲେ  ତନୁଶ୍ରୀ । ତାଙ୍କ ପରେ ପରେ ବଲିଉଡ୍‌ର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ତନୁଶ୍ରୀଙ୍କୁ ଲୋକଙ୍କ ସମର୍ଥନ ମିଳିଥିଲେ ମଧ୍ୟ ଏବେ ସେ କରିଥିବା ଅଭିଯୋଗ ମିଛ ବୋଲି ପ୍ରମାଣ ହୋଇ ଯାଇଛି । କାରଣ ତଦନ୍ତ ପରେ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନାହିଁ ।

bollywoodtadka.in

୭ମାସ ତଳେ ତନୁଶ୍ରୀ ଅଭିଯୁକ୍ତଙ୍କ ବିରୋଧରେ ଓସିଓ୍ଵାରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ଏବେ କୌଣସି ପ୍ରମାଣ ନ ମିଳିବାରୁ ତନୁଶ୍ରୀଙ୍କ ଅଭିଯୋଗ ମିଛ ବୋଲି ପ୍ରମାଣ ହୋଇ ଯାଇଛି । ଯାଞ୍ଚ ସମୟରେ ପୁଲିସ ୧୨-୧୫ଜଣ ସାକ୍ଷୀକୁ ଜେରା କରିଥିଲା । ସେ ମଧ୍ୟରେ ସଲମାନ ଖାନ୍‌ ଏବଂ ଡ଼େଜି ଶାହା ବି ସାମିଲ ଥିଲେ । ତେବେ ସମସ୍ତଙ୍କୁ ଜେରା କରିବା ପରେ ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର