ପତଞ୍ଜଳିର ପ୍ରଚାର କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଅମୃତା: ଏନ୍‌ସିପିର ପ୍ରତିବାଦ

ମୁମ୍ବାଇ: ଶନିବାର ଦିନ ନେସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟିର ମହିଳା ସଦସ୍ୟାମାନେ ସୋଲାପୁର ଠାରେ ଏକ ଅନୁଷ୍ଠାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ପତ୍ନୀ ଅମୃତା ଫଡ଼ନବିସଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଛନ୍ତି।

ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଦ୍ୱାରା ନିର୍ମିତ ଉତ୍ପାଦଗୁଡ଼ିକର ପ୍ରଚାର ଓ ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆୟୋଜିତ କାର୍ଯ୍ୟକ୍ରମ ପରିଧି ବାହାରେ ପ୍ରତିବାଦ କରୁଥିବା ମହିଳାମାନେ ଦାବି କରିଥିଲେ କି, ମହିଳା ସ୍ୱୟଂସହାୟକ ଗୋଷ୍ଠୀଦ୍ୱାରା ନିର୍ମିତ ଉତ୍ପାଦଗୁଡ଼ିକ ପାଇଁ ବଜାର ନ ମିଳୁଥିବାବେଳେ କାହିଁକି ପତଞ୍ଜଳି ଉତ୍ପାଦ ପାଇଁ ବଜାର ସୃଷ୍ଟି କରାଯାଉଛି।

ପୁଲିସ କହିବା ଅନୁସାରେ, ମହିଳା ପ୍ରତିବାଦକାରୀମାନଙ୍କୁ କିଛି ସମୟ ଅଟକ ରଖାଯାଇ ପୁଣି ଛାଡ଼ି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କାହାରି ବିରୋଧରେ ମାମଲା ରୁଜୁ କରାଯାଇ ନାହିଁ।

ପୂର୍ବରୁ କାର୍ଯ୍ୟକ୍ରମରେ ଭାଷଣ ଦେଇ ଶ୍ରୀମତୀ ଫଡ଼ନବିସ କହିଥିଲେ କି ପତଞ୍ଜଳି ଉତ୍ପାଦ ଉପରେ ଲୋକମାନଙ୍କର ଅଗାଧ ବିଶ୍ୱାସ ରହିଛି। ଏଥିରୁ ହେଉଥିବା ଆୟ ଦେଶକୁ ସହାୟତା ଯୋଗାଉଛି।

ଅଭିନେତ୍ରୀ-ରାଜନେତ୍ରୀ ତଥା ଲୋକସଭା ସାଂସଦ ହେମା ମାଳିନୀ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର