ପାଣିଟାଙ୍କି ପରିସରରୁ ୫ ଫୁଟିଆ ନାଗ ଉଦ୍ଧାର

ବାଲିଅନ୍ତା : ବାଳକାଟି ଫାଣ୍ଡି ପରିସରରୁ ଆଜି ଅପରାହ୍ଣ ୩ଟା ବେଳେ ଏକ ୫ ଫୁଟିଆ ଶ୍ବେତ ନାଗ ସାପ ଉଦ୍ଧାର ହୋଇଛି। ପାଣିଟାଙ୍କି ପରିସରରେ ସାପ ବୁଲୁଥିବା ଦେଖି ଦାୟିତ୍ବରେ ଥିବା କର୍ମଚାରୀ ଉଦ୍ଧବ ବେହେରା ସ୍ନେକ ହେଲ୍‌ପଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ହେଲ୍‌ପଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସାପଟିକୁ କାବୁ କରିବା ପରେ ତାକୁ ଅନ୍ୟତ୍ର ଛାଡ଼ି ଦେଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ଣରେ କଲେଜ ହତା ଭିତରେ ବୁଲୁଥିବା ଆଉ ଏକ ନାଗସାପକୁ ଧରିବା ପାଇଁ ସ୍ଥାନୀୟ ଲୋକେ ସ୍ନେକ ହେଲ୍‌ପଲାଇନକୁ ଯୋଗାଯୋଗ କରିଥିଲେ। ହେଲେ ହେଲ୍‌ପଲାଇନ ସଦସ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସାପଟି ପଳାଇଯାଇଥିବା ଲୋକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର