୧୨ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୨ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଜଗତ୍‌ସିଂହପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଶ୍ରୀମତୀ ଏସ୍‌. ମିଶ୍ରଙ୍କୁ ଓପିଏସ୍‌ସିର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନକୁ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳଙ୍କୁ ଅବସ୍ଥାପିତ କରାଯାଇଛି। ରାଉରକେଲା ଆରଆଇସିର ଜେନେରାଲ୍‌ ମ୍ୟାନେଜର ମନୋଜ କୁମାର ବେହେରାଙ୍କୁ କଳିଙ୍ଗନଗର ଆରଆଇସିର ଜେନେରାଲ୍‌ ମ୍ୟାନେଜର ଭାବେ ବଦଳି କରାଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଆରାଧନା ଦାସଙ୍କୁ କଟକ ସିଏମ୍‌ସିର ଯୁଗ୍ମ କମିସନର, ଗଞ୍ଜାମ ଡିୟୁଡିଏର ପିଡି ରମାକାନ୍ତ ସେଠୀଙ୍କୁ ଭୁବନେଶ୍ୱର ବିଏମ୍‌ସିର ଯୁଗ୍ମ କମିସନର, ଗୃହ ନିର୍ମାଣ ବିଭାଗର ଯୁଗ୍ମ ସଚିବ ଶିବନାରାୟଣ ସାହୁଙ୍କୁ ଜିଏ ବିଭାଗର ରେଣ୍ଟ ଅଫିସର, କାନପୁର ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଏଲ୍‌ଏଓ କୈଳାସ ଚନ୍ଦ୍ର ନାୟକଙ୍କୁ ଗଞ୍ଜାମ ଡିୟୁଡିଏର ପିଡି, ବିଏମ୍‌ସି ଉପ କମିସନର ଚିତ୍ରସେନ୍‌ ରାଉତଙ୍କୁ ଭଦ୍ରକ ଉପ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗରେ ଉପ ସଚିବ ଶୁଭାନନ୍ଦ ମହାପାତ୍ରଙ୍କୁ ପୁରୀ ଉପ ଜିଲ୍ଲାପାଳ, ବରଗଡ଼ ତହସିଲଦାର ପ୍ରତିଭା ଦୋରାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପିଏସ୍‌ ଭାବେ ପଦୋନ୍ନତି, ଜିଏ ବିଭାଗର ରେଣ୍ଟ ଅଫିସର ପ୍ରସନ୍ନ କୁମାର ଷଡଙ୍ଗୀଙ୍କୁ ଗୃହ ନିର୍ମାଣ ବିଭାଗର ଯୁଗ୍ମ ସଚିବ, ରାଜସ୍ୱ ବୋର୍ଡ, କଟକର ଉପ ସଚିବ ରୁଦ୍ରନାରାୟଣ ମହାନ୍ତିଙ୍କୁ କାନପୁର ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଏଲ୍‌ଏଓ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର