ପଥର ଧସିବା ଘଟଣା: ୧୪ ଦିନ ପରେ ଉଦ୍ଧାର ହେଲା ଜଣେ ଜେସିବି ଅପରେଟରଙ୍କ ମୃତଦେହ

ଜୟପୁର: ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲାର ବୋରିପୁଟ ପଥର ଧସିବା ଘଟଣାର ୧୪ ଦିନ ପରେ ଜଣେ ଜେସିବି ଅପରେଟରଙ୍କ ମୃତଦେହକୁ ସେନା କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ୧୦ଟାରେ ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ସେନା ଉଦ୍ଧାର କରିଛି। ପୂର୍ବାହ୍ନ ୧ଟା ୩୦ରୁ ପୋଷ୍ଟମର୍ଟମ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ୪ଟା ୩୦ ପୂର୍ବରୁ ଶେଷ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ  କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ମେଡିକାଲ ଟିମ୍‌ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଘନଶ୍ୟାମଙ୍କ ମୃତଦେହକୁ ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ଜନିତ ଅାଧିକାରୀକ ପ୍ରକିୟା ଶେଷ ହେବା ପରେ ଘନଶ୍ୟାମଙ୍କ ପିତା ଦୁର୍ଯ୍ୟୋଧନ ଗୁରୁଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ଅନ୍ୟପଟରେ ଜେସିବି ଅପରେଟର ସଞ୍ଜୟ ଦାସଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।

ସୂଚନାଯୋଗ୍ୟ, ପଥର ଖଣିରେ ୨ଜଣ ଜେସିବି ଅପରେଟର କାମ କରୁଥିବା ବେଳେ ପାହାଡ ଉପରୁ ପଥର ଧସିବାରୁ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ପ୍ରଥମେ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଇଥିଲା। ପରେ କଟକ ଜିଲ୍ଲା ମୁଣ୍ଡୁଳିରୁ ଏନଡିଆରଏଫ ତୃତୀୟ ବାଟାଲିୟନର ୪୦ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇପାରି ନଥିଲେ। ଏହା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେନାର ସହାୟତା ମାଗା ଯାଇଥିଲା।

ସମ୍ବନ୍ଧିତ ଖବର