ପରସ୍ପରଠାରୁ ଅଲଗା ହେବା ପରେ ପ୍ରଥମ ଜନ୍ମଦିନକୁ ନିଡାରମ୍ବରରେ ପାଳିଲେ ଜଗା ଓ ବଳିଆ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ ନୂଆଦିଲ୍ଲୀର ଏମ୍ସରେ ବିରଳ ଅସ୍ତ୍ରୋପଚାର ପରେ ସଫଳତା ସହ ଅଲଗା କରାଯାଇଥିଲା। ତେବେ ବଳିଆଠାରୁ ଜଗା ଅଧିକ ସୁସ୍ଥ ହେବ ବୋଲି ସୂଚନା ମିଳିଛି। ଜଗା ୯୫ ପ୍ରତିଶତ ସୁସ୍ଥ ହେବା ସମ୍ଭାବନା ଥିବା ବେଳେ ବଳିଆ ୬୦ରୁ ୭୦ ପ୍ରତିଶତ ସୁସ୍ଥ ହେବା ସମ୍ଭାବନା ରହିଛି । ଅସ୍ତ୍ରୋପଚାର ପରେ ୨ବର୍ଷ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ୨ ବର୍ଷ ଭିତରେ ଜଗା ଓ ବଳିଆ ସ୍ୱଭାବିକ ଅବସ୍ଥାକୁ ନ ଫେରିଲେ ଆଗକୁ ଉଭୟ ଶିଶୁ ସାଧାରଣ ଜୀବନଯାପନ କରିବାରେ ଅସୁବିଧା ହୋଇପାରେ ବୋଲି ଆଶଙ୍କା ରହିଛି ବୋଲି ଡାକ୍ତର ଅଶୋକ ମହାପାତ୍ର କହିଥିଲେ। ତେବେ ଜଗା ଓ ବଳିଆ ପରସ୍ପରଠାରୁ ଅଲଗା ହେବା ପରେ ପ୍ରଥମ ଜନ୍ମଦିନ ହସ୍ପିଟାଲରେ ନିଡାରମ୍ବରରେ ପାଳୁଥିବାର ଖବର ଓ ଫଟୋ ସାମ୍ନାକୁ ଆସିଛି।

ଉଲ୍ଲେଖଥାଉ କି, ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଳ ଥିଲା । କାରଣ ଏଥିରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ନିଶ୍ଚେତକ, ହୃଦରୋଗ, ଶିଶୁ ଚିକିତ୍ସା ବିଭାଗ, ସ୍ନାୟୁରୋଗ ଆଦି ବିଭିନ୍ନ ବିଭାଗର ଡାକ୍ତର ସାମିଲ ରହିଥିଲେ । ଅପରେସନରେ ୨୦ ସର୍ଜନ ଓ ୧୦ ଆନାସ୍ଥେସିଆ ସ୍ପେଶାଲିଷ୍ଟ ଥିଲେ । ଏହି ଅପରେସନ ୨୫ଘଣ୍ଟା ଧରି ଚାଲିଥିଲାଯ ।

ସମ୍ବନ୍ଧିତ ଖବର