ମୋହନା(ଗଜପତି): ରାଜ୍ୟରେ କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲା ମୋହନାସ୍ଥିତ ଆଇଟିଡିଏ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ସିସିଏ ରୂପେ କାର୍ଯ୍ୟ କରନ୍ତି ନିଦ୍ରାବତୀ। ସେ ଆଜି ମୋହନା ଠାରୁ ୨ କିଲୋମିଟର ଦୂରରେ ଥିବା ନିଜ ଗାଁ ‘ମଲ୍ଲିପଦର’କୁ ‘ଗୁଡ଼ ଫ୍ରାଇଡେ’ ପାଳନ ପାଇଁ ଯାଇଥିଲେ। ଅପରାହ୍ନ ୨ଟାରେ ପ୍ରାର୍ଥନା ସାରି ପର୍ବତ ଆଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଗାଁ ଲୋକଙ୍କ ଦ୍ୱାରା ତାଙ୍କୁ ମୋହନା ‘ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର’ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ନିଦ୍ରାବତୀ ନିଜସ୍ୱ ରୋଜଗାରରେ ପରିବାର ଚଳାନ୍ତି। ସ୍ୱାମୀ ସାମାନ୍ୟ ଚାଷୀ ହୋଇଥିବା ବେଳେ ୭ ଓ ୯ ବର୍ଷର ପିଲା ଏବେ କେମିତ ବଞ୍ଚିବେ ସେ ନେଇ ପଡ଼ିଶା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।