ପୂର୍ବତନ ବିଗ୍‌ବସ୍‌ ପ୍ରତିଯୋଗୀ ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଉପରେ ଠକେଇ ଏବଂ ବ୍ଲାକ୍‌ମେଲିଂ ଆରୋପ

ମୁମ୍ବାଇ : ପୂର୍ବତନ ବିଗ୍‌ ବସ ପ୍ରତିଯୋଗୀ ତଥା ବଲିଉଡ୍‌ ଏବଂ ଧାରାବାହିକ ଅଭିନେତ୍ରୀ କରିସ୍ମା ତନ୍ନାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଉପରେ ଏକ ଇଭେଣ୍ଟ କମ୍ପାନି ଠକେଇ ଏବଂ ବ୍ଲାକ୍‌ମେଲିଂର ଅରୋପ ଲଗାଇବା ସହ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ହଲ୍ଦବାନୀରେ ଥିବା ଏକ ବିବାହ ଉତ୍ସବରେ କରିସ୍ମାଙ୍କୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଇଭେଣ୍ଟ ମ୍ୟାନେଜର ମାନସ କାତ୍ୟାଲ ତାଙ୍କୁ ଆଡ଼୍‍ଭାନ୍ସ ବୁକିଙ୍ଗ କରିଥିଲେ । କିନ୍ତୁ କରିସ୍ମା ହଲ୍ଦବାନୀ ଆସୁଥିବା ବେଳେ ଅଧାବାଟରେ ମାନସ ପଠାଇଥିବା ଡ଼୍ରାଇଭରଙ୍କ ଦୁର୍ବବ୍ୟବହାର ଅଭିଯୋଗ କରି ଗାଡ଼ିକୁ ବୁଲାଇ ପୁଣି ଦିଲ୍ଲୀ ନେବାକୁ କହିଥିଲେ । ପ୍ରତିଶ୍ରୁତି ଦେଇ ଠିକ୍‌ ସମୟରେ ସେଠାରେ ନ ପହଞ୍ଚିବାରୁ ମାନସଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏ ନେଇ ମାନସ କରିସ୍ମାଙ୍କ ବିରୋଧରେ ଠକେଇ, ଧମକ ଦେବା ଏବଂ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ଏତଲା ଦେଇଥିବା ଜଣା ପଡ଼ିଛି ।

Blu Imaging

ଅନ୍ୟ ପକ୍ଷରେ କରିସ୍ମାଙ୍କ କହିବା ଅନୁଯାୟୀ, “ମୋତେ ମୁରାଦାବାଦ୍‌କୁ ଯିବା ପାଇଁ କୁହାଯାଇଥିଲା । ସେଥିପାଇଁ ମୁଁ ଠିକ୍‌ ସମୟରେ ମୁମ୍ବାଇରୁ ପୁରା ଟିମ୍‌ ସହ ଦିଲ୍ଲୀରେ ପହଞ୍ଚିଥିଲି ଏବଂ ସେଠାରୁ ମୁଁ ମୁରାଦାବାଦ୍‌ ପାଇଁ ବାହାରିଥିଲି । ମୁରାଦାବାଦ୍‌ାରେ ପହଞ୍ଚିବା ପରେ ବିବାହ ଉତ୍ସବ ହଲ୍ଦବାନୀରେ ଅଛି ବୋଲି ମୋତେ କୁହାଯାଇଥିଲା । ମୁଁ ମାନସଙ୍କୁ ପୂର୍ବରୁ କହିଥିଲି ମୋ ପିଠିରେ ଯନ୍ତ୍ରଣା ଅଛି, ଯାହା ଫଳରେ ମୁଁ ଅଧିକ ବାଟ ଯାତ୍ରା କରି ପାରିବି ନାହିଁ । ସେଥିପାଇଁ ମୁଁ ମୁରାଦାବାଦ୍‌ରୁ ଫେରି ଆସିଲି।”
ମାନସଙ୍କୁ ଟଙ୍କା ଫେରାଇବା କଥାକୁ ନେଇ ପ୍ରଶ୍ନ କରାଯିବାରୁ “ମୁଁ ତାଙ୍କୁ କ’ଣ ପାଇଁ ଫେରାଇବି ବୋଲି ସେ କହିଛନ୍ତି । ଚୁକ୍ତି ଅନୁସାରେ ମୁଁ ଠିକ୍‌ ସମୟରେ ପହଞ୍ଚିଥିଲି । କିନ୍ତ ସେ ମୋତେ ସ୍ଥାନର ନାମ ଭୁଲ କହିଥିଲେ । ଏଥିରେ ମୋର ଭୁଲ କିଛି ନାହିଁ । ମୁଁ ନୁହେଁ ବରଂ ମାନସ ମୋତେ ମାନସିକ ପ୍ରତାରଣା ପାଇଁ କ୍ଷତିପୂରଣ ଦେବା ଦରକାର ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର