୪ ଜେଡିଏସ୍‌ ବିଧାୟକ କଂଗ୍ରେସରେ ମିଶିବେ

ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଯାଇ କ୍ରସ ଭୋଟିଂ କରିଥିବା ଧର୍ମ ନିରପେକ୍ଷ ଜନତା ଦଳ(ଜେଡିଏସ୍‌)ର ୪ ବିଧାୟକ ଆଜି କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଜମିର ଅହମ୍ମଦ ଖାନ୍‌, ଆର୍‌.ଏ.ଶ୍ରୀନିବାସମୂର୍ତ୍ତି, ଏନ୍‌.ସି.ସ୍ୱାମୀ ଏବଂ ଭୀମା ନାଏକ୍‌। ନିଜ ଦଳର ସାଂଗଠନିକ ପ୍ରକ୍ରିୟାରେ କ୍ଷୁବ୍ଧ ଥିବା ଜେଡିଏସ୍‌ର ମୋଟ ୭ଜଣ ବିଧାୟକଙ୍କ ମଧ୍ୟରୁ ଏହି ୪ ଜଣ ବିଧାୟକ କଂଗ୍ରେସ ସପକ୍ଷରେ ମତଦାନ କରିଥିବାରୁ ଦୁଇଟି ଆସନ ଜିତିବା ନିଶ୍ଚିତ ଥିବା କଂଗ୍ରେସକୁ ଆଉ ଏକ ଅଧିକ ଆସନ ମିଳିଯାଇଛି। ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ବେଳେ ଜେଡିଏସ୍‌ର ଏହି ବିଧାୟକମାନେ କଂଗ୍ରେସରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିବା ସ୍ପଷ୍ଟ ହୋଇଛି।
ଏୟାରସେଲ୍‌-ମାକ୍ସିସ୍‌ ମାମଲା

ସମ୍ବନ୍ଧିତ ଖବର