୨୮ରେ ବିଧାନସଭା ଘେରିବ ସରପଞ୍ଚ ମହାସଂଘ

ଭୁବନେଶ୍ୱର : ସରପଞ୍ଚ ମହାସଂଘ ପକ୍ଷରୁ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ଆସନ୍ତା ୨୮ତାରିଖରେ ବିଧାନସଭା ଘେରାଉ କରିବେ। ରାଜ୍ୟ ସଭାନେତ୍ରୀ ପୁଷ୍ପା ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର ରେଳଷ୍ଟେସନରୁ ବିଧାନସଭା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିକ୍ଷୋଭରେ ୮ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯିବ। ସମସ୍ତ ସରପଞ୍ଚଙ୍କୁ ସ୍ୱାସ୍ଥ୍ୟ ଯୋଜନା ସହିତ ଅକାଳ ବିୟୋଗରେ କ୍ଷତିପୂରଣ, ସରପଞ୍ଚଙ୍କ ବିରୋଧରେ ଓ୍ଵାର୍ଡ ମେମ୍ବର ଆଣୁଥିବା ଅନାସ୍ଥା ପ୍ରସ୍ତାବକୁ ଉଚ୍ଛେଦ, ହାତପାଣ୍ଠି ପ୍ରଦାନ ପରି ଅନେକ ଦାବିକୁ ନେଇ ରାଜ୍ୟର ୩୦ଟି ଜିଲ୍ଲାର ୬ହଜାର ୮୦୨ଟି ପଞ୍ଚାୟତର ସରପଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମହାସଂଘର ଆବାହକ ଦିଗମ୍ବର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର