ଖୁସି ରହିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ, ଯାହାକୁ ବିଜ୍ଞାନ ମଧ୍ୟ ଭୁଲ ପ୍ରମାଣ କରି ପାରିନାହିଁ

ଖୁସି ରହିବା ସମସ୍ତଙ୍କ ଅଧିକାର । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ କାମର ଚାପ ପାଇଁ ଲୋକମାନେ ବିନା ଖୁସିରେ ଜୀବନ ବଞ୍ଚୁଛନ୍ତି । ପ୍ରକୃତ ଖୁସି କ’ଣ ସେମାନେ ତାହା ଭୁଲି ଯାଇଛନ୍ତି । କାମର ଚାପରେ ଲୋକମାନେ ନିଜ ପରିବାରକୁ ମଧ୍ୟ କିଛି ଭଲ ସମୟ ଦେଇ ପାରୁ ନାହାନ୍ତି । ତେବେ ଏମିତି କିଛି ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ନିଜକୁ ଖୁସି କରି ପାରିବେ । ସେହି ଉପାୟଗୁଡ଼ିକୁ ବିଜ୍ଞାନ ମଧ୍ୟ ମିଛ ପ୍ରମାଣ କରି ପାରି ନାହିଁ । ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ?

୧. କାମ ମଧ୍ୟରୁ କିଛି ସମୟ ବାହାର କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରନ୍ତୁ । ସକାଳେ ହେଉ ବା ସଂନ୍ଧ୍ୟାରେ କିଛି ସମୟ ଖୋଲା ଆକାଶ ତଳେ ବିତାନ୍ତୁ । କୁହାଯାଏ କି ଖୋଲା ସ୍ଥାନରେ ସମୟ ବିତାଇବା ଦ୍ୱାରା ଚିନ୍ତା କମ ହୋଇ ଯାଇଥାଏ । ଏହି ଉପାୟ ଆପଣାଇ ଦେଖନ୍ତୁ, ନିଶ୍ଚୟ ଶାନ୍ତି ମିଳିବ ।

 

UrbanWired

୨.ବେଳେ ବେଳେ ନିଦ ଠିକ୍‌ ଭାବରେ ନ ହେବା ଦ୍ୱାରା ମଧ୍ୟ ମସ୍ତିଷ୍କ ଉପରେ ଚାପ ପଡ଼ିଥାଏ । ସେଥିପାଇଁ ଦୈନିକ ୬ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଷ୍ଟ୍ରେସ ହରମୋନ କମ ହୋଇଥାଏ । ଏହାଦ୍ୱାରା ଆପଣ ଶୋଇ କରି ଉଠିବା ପରେ ଆପଣଙ୍କ ମସ୍ତିଷ୍କ ଶାନ୍ତ ହୋଇ ଯାଇଥାଏ ।

Quora

୩.ସଙ୍ଗୀତ ଶୁଣିବା ଦ୍ୱାରା ଜୀବନକୁ ଦେଖିବାର ଶୈଳୀ ହିଁ ବଦଳି ଯାଇଥାଏ । ଚିନ୍ତାଗ୍ରସ୍ତ ଥିବା ବେଳେ ଗୀତ ଶୁଣିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଶାନ୍ତି ମିଳିବା ସହ ସକାରାତ୍ମକ ଭାବନା ମଧ୍ୟ ଜାତ ହୋଇଥାଏ ।

Club24 West – Entertainment & Music Club

୪.ଖୁସି ରହିବାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ଶାରୀରିକ ସଂପର୍କ ରଖିବା । କାରଣ ଶରୀରିକ ସଂପର୍କ ରଖିବା ଦ୍ୱାରା ଶରୀରରେ ଏଣ୍ଡୋର୍‌ଫିନ୍ସ ହରମୋନ୍‌ ଜାତ ହୋଇଥାଏ । ଯାହା ଆପଣଙ୍କୁ ଖୁସି କରାଇବାରେ ସାହାଯ୍ୟ କରିଥାଏ ।

୫.ଯୋଗ କରିବା ଦ୍ୱାରା ମଧ୍ୟ ଚିନ୍ତା ଦୂର ହୋଇଥାଏ । ପ୍ରତିଦିନ ସକାଳୁ ଯୋଗ କରିବା ଦ୍ୱାରା ଆପଣଙ୍କର ପୁରା ଦିନ ଭଲରେ କଟିବା ସହ ଆପଣ ସୁସ୍ଥ ମନରେ କାମ କରି ପାରିବେ ।

Medical News Today
ସମ୍ବନ୍ଧିତ ଖବର