ସିଦ୍ଧଗୁରୁ ମଠ ପୋଡ଼ି, ୨ ଗିରଫ

ଚାରିଛକ: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୋକାପଡ଼ାସ୍ଥିତ ସିଦ୍ଧଗୁରୁ ମଠରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଦୁଇଟି ମଠଘର ସଂପୂର୍ଣ୍ଣ ପୋଡିଯାଇଛି। ହରଭଙ୍ଗା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ପରେ ଗାଁରେ ଏକ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି କ୍ରମେ ବୁଧବାର ଥାନାରେ ଏତଲା ଦିଆଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମଠ ପୋଡ଼ି ଘଟଣାରେ ୨ ଅଭିଯୁକ୍ତ କିଶୋରୀ ରଣା(୫୫) ଓ ଉମେଶ ଚନ୍ଦ୍ର ସାହୁ(୪୦)ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଦୁଇ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହିତ ମଠପୋଡିରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ। ଏ ନେଇ ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଏଏସ୍‌ଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର