ଉଧାର ଟଙ୍କା ମାଗିବାରୁ ଗଛରେ ବାନ୍ଧି ପିଟିବା ସହ ପରିଶ୍ରା ପିଆଇଲେ ଅଭିଯୁକ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ଦେବାରିଆ ଗ୍ରାମର ରାନିହାରୀ ଅଞ୍ଚଳର ଏକ ଚାଞ୍ଚଲ୍ୟକର ଘଟଣା ସମ୍ନାକୁ ଆସିଛି । ଦେବାରିଆର ରାନିହାରୀ ଅଞ୍ଚଳରେ ରହୁଥିବା ଶ୍ୟାମସାଦା ତାଙ୍କ ସାଙ୍ଗ ଅବୁକର ନଗରରେ ରହୁଥିବା ନାସିରଙ୍କୁ କିଛି ଦିନ ପୂର୍ବେ ଟଙ୍କା ଉଧାର ଦେଇଥିଲେ । ଏହି ଉଧାର ଟଙ୍କା ଫେରସ୍ତ ମାଗିବାରୁ ଶ୍ୟାମସାଦାଙ୍କୁ , ନାସିର ଏବଂ ତାଙ୍କର କିଛି ସାଙ୍ଗ ମିଳିତ ଭାବେ ଗଛରେ ବାନ୍ଧି ପିଟିବା ସହ ତାଙ୍କୁ ପରିଶ୍ରା ପିଇବା ପାଇଁ ବାଧ୍ୟ କରିଛନ୍ତି । ଘଟଣାଟିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବର୍ତ୍ତମାନ ଘଟଣାଟିର ତଦନ୍ତ କରୁଛି ।

oneindia

ଘଟଣା ଅନୁଯାୟୀ , ଦେବରୀୟା ଅଞ୍ଚଳର ରାନିହାରୀରେ ରହୁଥିବା ଶ୍ୟାମସାଦା ଆବଶ୍ୟକତା ସମୟରେ ଅବୁକର ନଗର ଅଞ୍ଚଳର ନାସିରଙ୍କୁ କିଛି ଟଙ୍କା ଉଧାରରେ ଦେଇଥିଲେ । ବହୁ ଦିନ ବିତି ଯାଇଥିବାରୁ ଶ୍ୟାମସାଦା , ନାସିରଙ୍କୁ ତାଙ୍କର ଟଙ୍କା ଫେରସ୍ତ ମାଗିଥିଲେ । ନାସିର କିନ୍ତୁ ଟଙ୍କା ଫେରସ୍ତ ନ କରିବା ପାଇଁ ଅନେକ ପ୍ରକାରର ବାହାନା କରିଥିଲେ । ଶ୍ୟାମସାଦା ବାରମ୍ବାର ନାସିରଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ସେ ତାଙ୍କୁ ଟଙ୍କା ଫେରସ୍ତ ଦେଇନଥିଲେ । ନିକଟରେ ଦିନେ ଶ୍ୟାମସାଦା ତାଙ୍କ ଘରେ ଥିବା ସମୟରେ ନାସିର ଏବଂ ତାଙ୍କ କିଛି ସାଙ୍ଗ ଆସି ଶ୍ୟାମସାଦାଙ୍କୁ ନେଇ ଯାଇଥିଲେ । ତାଙ୍କୁ ସେମାନେ ଗ୍ରାମ ବାହାରକୁ ନେବା ସହ ଏକ ଗଛରେ ବାନ୍ଧି ନିସ୍ତୁକ ବାଡ଼େଇଥିଲେ । ଏହା ଛଡ଼ା ଅଭିଯୁକ୍ତମାନେ ତାଙ୍କୁ ପରିଶ୍ରା ପିଇବା ପାଇଁ ମଧ୍ୟ ବାଧ୍ୟ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଘଟଣାଟିର ଭିଡ଼ିଓ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।
ଭାଇରାଲ ଭିଡ଼ିଓଟିକୁ ସ୍ଥାନୀୟ ପୁଲିସ ଦେଖିବା ପରେ ଘଟଣା ସମ୍ବନ୍ଧୀୟ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ , ଭିଡ଼ିଓରେ ଦେଖାଯାଉଥିବା ମୁଖ୍ୟ ଅଭିଯୁକ୍ତ ନାସିରଙ୍କୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଛି। ତେବେ ବାକି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ରହିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛିି ।

ସମ୍ବନ୍ଧିତ ଖବର