ନୂଆଗାଁ: କାଠବୋଝେଇ ଟ୍ରକ୍‌ ପଛରେ ପିଟିହେଲା ବସ, ୩୫ ଆହତ

ନୂଆଗାଁ( ନୟାଗଡ଼): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଲୁଣିସରା ନିକଟରେ ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଏକ ଘରୋଇ ବସ ଭାରାସାମ୍ୟ ହରାଇ ରାସ୍ତାକଡ଼ରେ ରଖାଯାଇଥିବାଏକ କାଠବୋଝେଇ ଟ୍ରକକୁ ଧକ୍କା ଦେଇଛି। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯ୍ରୀ, ଭୁବନେଶ୍ୱରରୁ ଟିକାବାଲି ଯାଉଥିବା ଓଆର ୦୫ ଜେଡ୍‌ ୩୩୪୯ ନମ୍ବର ବିଶିଷ୍ଟ ‘ଶ୍ରୀରାମ’ ନାମକ ଏକ ଘରୋଇ ବସ ଲୁଣିସିରା ଛକ ନିକଟରେ ଓଡି ୦୫ଏଚ୍‌ ୫୩୭୨ ନମ୍ବର ବିଶିଷ୍ଟ ଏକ କାଠ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବରପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର