୯୯% ଲୋକ ଜାଣନ୍ତି ନାହିଁ ଘିଅକୁ ଇଂରାଜିରେ କ’ଣ କହନ୍ତି; ଆପଣ ଜାଣନ୍ତି?

ଘିଅର କ୍ଷମତା ଏବଂ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା କଥା ସମଗ୍ର ବିଶ୍ୱ ଜାଣେ। କିନ୍ତୁ, କେହି କହି ପାରିବ କି, ଘିଅକୁ ଇଂରାଜିରେ କ’ଣ କହନ୍ତି? ଭାରତରୁ ସୃଷ୍ଟ ପୋଷକତତ୍ତ୍ୱର ଉତ୍ସ ଘିଅ ସମସ୍ତ ଭାରତୀୟ ବ୍ୟଞ୍ଜନ, ପାରମ୍ପରିକ ଔଷଧ ଏବଂ ଧାର୍ମିକ କାର୍ଯ୍ୟର ମୁଖ୍ୟ ସାମଗ୍ରୀ।

ଏହାର ଇଂରାଜି ଶବ୍ଦଟିକୁ ଖୋଜି ପାଇବା ନିମନ୍ତେ ଉଦ୍ୟମ କରି ପାରନ୍ତି। ଗୁଗଲ୍‌ ଓ କୌଣସି ଭାଷାକୋଷରେ ମଧ୍ୟ ଘିଅର ପ୍ରକୃତ ଇଂରାଜୀ ଶବ୍ଦ ସଂକ୍ରାନ୍ତରେ କୌଣସି ସୂଚନା ନାହିଁ। ଏହାର କାରଣ ହେଲା: ବିଶ୍ୱବ୍ୟାପୀ ଘିଅକୁ ‘ଘି’ ନାମରେ ଜାଣନ୍ତି।

ବିଶୁଦ୍ଧ ଗୋଦୁଗ୍ଧରୁ ପ୍ରସ୍ତୁତ ପରିଷ୍କୃତ ଲହୁଣିରୁ ‘ଘିଅ’ କଢ଼ା ଯାଇଥିବାରୁ କେତେକ ଇଂରାଜିରେ ଏହାକୁ ‘କ୍ଲାରିଫାଏଡ୍‌ ବଟର୍‌’ ବୋଲି କହି ଥାଆନ୍ତି। ହେଲେ ମଧ୍ୟ ଘିଅର ସଂସ୍କୃତ ଶବ୍ଦ ‘ଘି’ ବିଶ୍ୱବ୍ୟାପୀ ଗୃହୀତ।

ଅନେକ ଶାସ୍ତ୍ର ପୁରାଣରେ ଉଲ୍ଲେଖ ରହିଛି ଯେ ‘ଗୋ-ଘୃତ’ ବା ‘ଗବ୍ୟ-ଘୃତ’, ଯାହାକୁ ସଂସ୍କୃତରେ ‘ଘି’ ବୋଲି କୁହାଯାଏ ତାହା କେବଳ ଗୋଦୁଗ୍ଧରୁ ହିଁ ପ୍ରସ୍ତୁତ କରାଯାଇଥାଏ। ଆମେ ଓଡ଼ିଆରେ ଏହାକୁ ‘ଗୁଆଘିଅ’ କହିଥାଉ।

ପୁରାକାଳରୁ ଘିଅ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିଶେଷରୂପେ ହୋମ ଓ ଯଜ୍ଞାଦିରେ ବ୍ୟବହୃତ ହୋଇ ଆସୁଛି।

ସମ୍ବନ୍ଧିତ ଖବର