ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ଅଧିନାୟକଙ୍କ ପରେ କୋଲିନ ଆଉଟ, ନ୍ୟୁଜିଲାଣ୍ଡ ୩/୩୫

ପୁନେ: ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଖେଳ ଜାରି ରହିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ଟିମ୍‌ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଛି। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍‌ରେ ଅଧିନାୟକ କେନ ଓ୍ଵିଲିୟମସନ୍‌(୩) ଓ ୩ୟ ଓ୍ଵିକେଟ ୨୭ରନ୍‌ରେ କୋଲିନ ମୁନରୋ (୧୦)ଆଉଟ ହୋଇ ପାଭଲିୟନକୁ ଫେରିଛନ୍ତି।

ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍‌ଡ ହୋଇଥିବା ବେଳେ ଓ୍ଵିଲିୟମସନ୍‌ଙ୍କୁ ବୋଲ୍‌ଡ କରିଥିଲେ ଯଶପ୍ରିତ ବୁମରା।

ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡର ସ୍କୋର ୧୦ ଓଭର ପରିସମାପ୍ତି ପରେ ୩୫ ରନ୍‌ ହୋଇଥିବା ବେଳେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ରସ ଟେଲର ଓ ଟମ୍‌ ଲାଥାମ କ୍ରିଜ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର