ବୈତରଣୀ, କାଣୀ ଏବେ ବି ବିପଦ ସଙ୍କେତ ଉପରେ : ୯ ପଞ୍ଚାୟତ ପାଣି ଘେରରେ

ଯାଜପୁର/ଦଶରଥପୁର/ବିଂଝାରପୁର : ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ବନ୍ଦ ହୋଇଛି। ତେବେ ଦଶରଥପୁର ଠାରେ ଏବେ ବି ବୈତରଣୀ ଏବଂ ଶାଖାନଦୀ କାଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଦଶରଥପୁର ବ୍ଲକ୍‌ର ଧୋୟା ଅଞ୍ଚଳର ସ୍ଥିତି ଦିନକୁ ଦିନ ସଂଗିନ ହେବାରେ ଲାଗିଛି।

ଆଜି ସନ୍ଧ୍ୟା ସୁଦ୍ଧା ଦଶରଥପୁର ଠାରେ ବୈତରଣୀର ବିପଦ ସଙ୍କେତ ୯.୫୨ମିଟର ଥିବା ବେଳେ ଏଠାରେ ୧୦.୨୫ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ଅହିୟାସରେ କାଣୀ ନଦୀର ବିପଦ ସଙ୍କେତ ୭.୩୨ ମିଟର ଥିବା ବେଳେ ୮.୯୪ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦଶରଥପୁର ବ୍ଲକ୍‌ର ସମୁଦାୟ ୩୫ ପଞ୍ଚାୟତରେ ଶହ ଶହ ଘର ଭାଙ୍ଗିଛି। ସେଥିମଧ୍ୟରୁ ୧୬ ପଞ୍ଚାୟତ ପାଣି ଘେରରେ ରହିଥିଲା। ୪ଟି ପଞ୍ଚାୟତ ଆଂଶିକ ଓ ୧୨ ସଂପୂର୍ଣ୍ଣ ପାଣି ଘେରରେ ରହିଛି। ବ୍ଲକର ନିଜାମପୁର, କମ୍ଭାରଡ଼ିହି, କଇଁଆ, ଖାନନଗର, ଥାଲକୁଡ଼ି, ଦତ୍ତପୁର, ବିରିପଟା ଓ ଜାଫରପୁର ପଞ୍ଚାୟତ ଏବେ ବି ପାଣି ଘେରରେ ରହିଥିବାରୁ ହଜାର ହଜାର ଲୋକ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି।

ସମ୍ବନ୍ଧିତ ଖବର