ଧୋନିଙ୍କ ସହ ମୋ ସମ୍ପର୍କକୁ କେହି ବିଗାଡ଼ି ପାରିବେ ନାହିଁ: କୋହଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ଦୁଇ ଲୋକପ୍ରିୟ ତାରକା ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ମଧ୍ୟରେ କେହି ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କୌଣସି ବାହ୍ୟ ଶକ୍ତି କିନ୍ତୁ ଆମ ସମ୍ପର୍କକୁ ବିଗାଡ଼ି ପାରିବ ନାହିଁ ବୋଲି ରୋକ୍‌ ଠୋକ୍‌ କହିଛନ୍ତି ଅଧିନାୟକ ବିରାଟ କୋହଲି। ସମୟ ଯେତିକି ଗଡ଼ି ଚାଲିଛି ଉଭୟଙ୍କ ସମ୍ପର୍କ ସେତିକି ଅନ୍ତରଙ୍ଗ ହେବାରେ ଲାଗିଛି। ଆମ ଭିତରେ ବିଭେଦ ଥିବା ଅନେକ ଧାରଣା ଜନ୍ମାଇଥାନ୍ତି। କିନ୍ତୁ ଏଭଳି କାହାଣୀକୁ ଧୋନି ପଢ଼ି ନଥାନ୍ତି, ମୁଁ ବି ନଜର ପକାଏ ନାହିଁ। ପୁଣି ଲୋକମାନେ ଯେତେବେଳେ ଆମକୁ ଏକାଠି ଦେଖନ୍ତି ଭାବନ୍ତି, ନିଜକୁ ପ୍ରଶ୍ନ କରି ଆଶ୍ଚର୍ଯ୍ୟ ହୁଅନ୍ତି କ’ଣ ଏମାନଙ୍କ ଭିତରେ ବିଭେଦ ନାହିଁ ? ଆମେ ଭିତରେ ଭିତରେ ହସିଥାଉ, ସେମାନେ ଜାଣି ନାହାନ୍ତି ଆମେ ଗୋଟିଏ ବୋଲି। େଓ୍ଵବ୍‌ ସିରିଜ୍‌ ‘ବ୍ରେକ୍‌ଫାଷ୍ଟ୍‍ ଓ୍ଵିଥ୍‌ ଚାମ୍ପିଅନ୍‌ସ’ କାର୍ଯ୍ୟକ୍ରମ ଅବସରରେ ଏଭଳି କଥା କହିଛନ୍ତି କୋହଲି। ଧୋନି ଜଣେ ୭ ବର୍ଷର ପିଲାଙ୍କ ଭଳି ମଜାଳିଆ ବୋଲି ଦିନେ ଅଷ୍ଟ୍ରେଲିଆ ଖେଳାଳି ମାଥ୍ୟୁ ହେଡେନ୍‌ କହିଥିଲେ। ହେଡେନ୍‌ କିଛି ଭୁଲ କହିନଥିଲେ। ଅନେକଙ୍କୁ ଜଣାନାହିଁ ଧୋନିଙ୍କ ପିଲାଳିଆ ଉତ୍ସାହକୁ। ସେ ସହଜରେ ଯୋଜନା କରିପାରନ୍ତି, କିନ୍ତୁ ସବୁବେଳେ ନୂଆ କିଛି କରିବାକୁ ଆକର୍ଷିତ ହୋଇଥାନ୍ତି। ମୁଁ ଦିନେ ତାଙ୍କୁ ମୋ ୧୭ ବର୍ଷରୁ କମ୍‌ ଦିନର କାହାଣୀ କହିଥିଲି। ଏହା ମୋ ଏକାଡେମି ମ୍ୟାଚ୍‌ର କଥା। ଜଣେ ନୂଆ ପିଲା ଆଡ଼କୁ ବଲ୍‌ ଫିଙ୍ଗି କହିଥିଲି କାହାଁ ସେ (କେଉଁ ଆଡୁ ବୋଲିଂ କରିବୁ)। କିନ୍ତୁ ସେ ଉତ୍ତର ଦେଇଥିଲା ‘ଭାୟା ନଜଫଗଡ଼ ସେ’। ଧୋନି ଏହା ଶୁଣି ବେଦମ୍‌ ହସିଥିଲେ, ଲାଗୁଥିଲା ଯେଭଳି ମ୍ୟାଚ୍‌ ବେଳେ ଏଭଳି ଘଟିଥିଲା। ତାଙ୍କଠାରୁ ମୋ କ୍ରିକେଟ୍‌ ଜ୍ଞାନ ଅଧିକ ନୁହେଁ। ହଁ ମୁଁ ମୋ ସ୍ୱାଭାବିକ ଚରିତ୍ରରେ ଥାଏ, କିନ୍ତୁ ମୁଁ ତାଙ୍କୁ ପଚାରିଥିବା ୧୦ଟି କଥାରୁ ୮/୯ଟି କାମ କରିଥାଏ। ବର୍ଷ ଗଡ଼ିବା ସହିତ ଆମ ବଂଧୁତା ବି ବଢ଼ିଛି ବୋଲି କହିଥିଲେ କୋହଲି।

ଭାରତୀୟ ଦଳରୁ ମହାନ ଖେଳାଳିଙ୍କ ପ୍ରସ୍ଥାନ ସମୟରେ ଧୋନି ହିଁ ଏହି ପରିବର୍ତନକାଳକୁ ସହଜ କରି ଦେଇଛନ୍ତି ବୋଲି କୋହଲି କହିଥିଲେ। ତାଙ୍କ ଉପସ୍ଥିତି ଫଳରେ ଦଳର କୌଣସି ଖେଳାଳି ପରିବର୍ତନକାଳକୁ ଅନୁଭବ କରିନାହାନ୍ତି। ମୋ ଅଧିନାୟକତ୍ୱର ପ୍ରାରମ୍ଭିକ ବର୍ଷରେ ବି ସେ ସହାୟକ ହୋଇଛନ୍ତି। ତାଙ୍କ ଓ ମୋ ଭିତରେ ଏତେ ଭଲ ବୁଝାମଣା ରହିଛି ଯେ, ସେ ଯଦି ରନିଂ ବିଟୁଇନ୍‌ ବେଳେ କୁହନ୍ତି ଦୁଇ ତେବେ ମୁଁ ଆଖି ବୁଜି ଦୌଡ଼ିଥାଏ। କାରଣ ମୁଁ ବୁଝିଛି ତାଙ୍କ ବିଚାର ଭଲ ଥିବ। ସେହିଭଳି ହାର୍ଦିକ ପାଣ୍ଡ୍ୟା ଓ ଶିଖର ଧାଓ୍ଵନଙ୍କ ଭଳି ମଜାଳିଆ ଚରିତ୍ରର ଉଦାହରଣ ରଖିଥିଲେ କୋହଲି।

ସମ୍ବନ୍ଧିତ ଖବର