ଆଇଟିପିଏଲ୍‌ ବିବାଦରେ ‌ଭୂପତି

ନୂଆଦିଲ୍ଲୀ: ପୂର୍ବତନ ଭ‌ାରତୀୟ ଟେନିସ୍‌ ତାରକା ମହେଶ ଭୂପତି ଏବେ ନୂଆ ବିବାଦରେ ଫସିଛନ୍ତି। ୨୦୧୪ରେ ଭୂପତି ଅନ୍ତର୍ଜାତୀୟ ପ୍ରିମିୟର ଟେନିସ୍‌ ଲିଗ୍‌ (ଆଇଟିପିଏଲ୍‌) ନାମରେ ଏକ ପ୍ରତିଯୋଗିତା ଆୟୋଜନ କରିଥିଲେ। ‌ଏଥିରେ ରୋଜର ଫେଡେରର୍‌, ରାଫେଲ୍‌ ନାଦାଲ ଏବଂ ସେରେନା ୱିଲିୟମ୍ସଙ୍କ ଭଳି ତାରକା ଖେଳାଳିମାନେ ଭାଗନେଇଥିଲେ। ଅର୍ଥର ଅଭାବ ଲାଗି ଏହି ପ୍ରତିଯୋଗିତା ୨୦୧୬ରେ ବନ୍ଦ ହୋଇଯାଇଥିଲା। ବନ୍ଦ ହେବା ପରେ ଭୂପତି ପ୍ରସାରଣ ବାବ‌ଦରେ ପ୍ରାୟୋଜକ ସଂସ୍ଥା ସ୍ପୋର୍ଟ୍ସ ନିଉଜ୍‌କୁ ତା’ର ଦେୟ ‌ଦେଇନଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥା ବ୍ୟବସାୟ ଆଇନ ଉଲ୍ଲଂଘନ ନେଇ ଭୂପତିଙ୍କୁ ଦାୟୀ କରିଛି। ଭୂପତି ଏପରି ହୋଇଥିବା ନେଇ ସ୍ବୀକାର କରିଛନ୍ତି। ତାଙ୍କ ପାଇଁ ଏହି ପ୍ରତିଯୋଗିତା ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି। ଦେୟ ଦେବାରେ ଡେରି ଲାଗି ଦାୟୀ ନୁହନ୍ତି ବୋଲି ଭୂପତି ସ୍ପଷ୍ଟ କରିଛନ୍ତି। ଏକ ଦଳର ମାଲିକ ଲିଗେନ୍ଦାରି ଗ୍ରୁପ୍‌ର ଅନିୟମତା କାର୍ଯ୍ୟ ଯୋଗୁଁ ଏହି ସବୁ ହୋଇଥିବା ‌େସ କହିଛନ୍ତି।

ସମ୍ବନ୍ଧିତ ଖବର