ମୁକୁଳା ଡ୍ରେନ୍‌ରେ ଗଳି ପଡ଼ିଲେ ବାଇକ୍‌ ଆରୋହୀ

ଭୁବନେଶ୍ବର : ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ସ୍ଥାନୀୟ ନିରୁପମା‌ ଆପାର୍ଟମେଣ୍ଟର ଜଣେ ଯୁବକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଡ୍ରେନ୍‌ରେ ଗଳି ପଡ଼ିଥିଲେ। ତେବେ ସୌଭାଗ୍ୟରୁ ତାଙ୍କର କିଛି କ୍ଷତି ହୋଇ ନାହିଁ। ସ୍ଥାନୀୟ ଲୋକମାନେ ତାଙ୍କୁ ଡ୍ରେନ୍‌ରୁ ଉଦ୍ଧାର କରିଥିଲେ। ତେବେ ମୁକୁଳା ଡ୍ରେନ୍‌ ଯୋଗୁ ସେଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯୁବକ ଜଣଙ୍କ ବେହେରାସହି ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଭାରସାମ୍ୟ ହରାଇ ଡ୍ରେନ୍‌ ଆଡ଼କୁ ମାଡ଼ିଯାଇଥିଲେ। ଡ୍ରେନ୍ ଖୋଲା ଥିବାରୁ ଯୁବକ ଜଣଙ୍କ ଡ୍ରେନ୍‌ ଭିତରେ ପଡ଼ିଯାଇଥିଲେ। ଅନ୍ୟପଟେ ଡ୍ରେନ୍‌ ମୁକୁଳାକୁ ନେଇ ସ୍ଥାନୀୟଲୋକମାନେ ପ୍ରତ୍ରିକ୍ରିୟା ପ୍ରକାଶ କରିଥିଲେ। ସ୍ଥାନୀୟ ଅଞ୍ଚଳର ଅର୍ଜୁନ ବେହେରା କହିଥିଲେ ଯେ, ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଡ୍ରେନ୍‌ଗୁଡ଼ିକ ମୁକୁଳା ହୋଇ ପଡ଼ିରହିଛି। ଫଳରେ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା‌ ଘଟୁଛି। କର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର