ରୋଗୀଙ୍କୁ ନେଇ ଚିକିତ୍ସା ପାଇଁ ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ସମ୍ପର୍କୀୟଙ୍କ ଆମ୍ବୁଲାନ୍ସ ଓ ଡମ୍ପର ଦୁର୍ଘଟଣାରରେ ମୃତ୍ୟୁ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଆଜିଏଚରୁ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ରୋଗୀଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ଶେଖର କେର୍କେଟା ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଆଇଜିଏଚରୁ ରୋଗୀ ପ୍ରଫୁଲ୍ଲ ଏକ୍କାଙ୍କୁ ତାଙ୍କ ଦୁଇଜଣ ସମ୍ପର୍କୀୟ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲକୁ ନେଇ ଯାଉଥିଲେ। ଏହି ସମୟରେ ପାଲହଡା ନିକଟରେ ଆମ୍ବୁଲାନ୍ସ ପଛରୁ ଏକ ଡମ୍ପର ଧକ୍କା ଦେଇଥିଲା। ଫଳରେ ଗୁରୁତର ରୋଗୀଙ୍କ ସହିତ ଯାଇଥିବା ଦୁଇ ସମ୍ପର୍କୀୟଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆହତ ଡ୍ରାଇଭର ଓ ପ୍ରଫୁଲ୍ଲଙ୍କୁ ପାଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।