ବିଶ୍ବକପ୍‌ ହକି ପାଇଁ ୨୬ ଓଏଏସ୍‌ଙ୍କୁ କ୍ରୀଡ଼ା ବିଭାଗକୁ ସାମୟିକ ବଦଳି

ଭୁବନେଶ୍ବର : ଆଗାମୀ ବିଶ୍ବକପ୍‌ ପୁରୁଷ ହକି ଆୟୋଜନ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାକୁ ସୁରୁଖୁରୁରେ ସଂପନ୍ନ କରିବା ପାଇଁ ୨୬ଜଣ ଓଏଏସ୍‌ ଅଧିକାରୀଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗକୁ ବଦଳି କରାଯାଇଛି। ଆସନ୍ତାକାଲିଠାରୁ ସେମାନେ କାର୍ଯ୍ୟରେ ଯୋ‌ଗଦେବେ। ଡିସେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ସେମାନେ କ୍ରୀଡ଼ା ବିଭାଗରେ କାର୍ଯ୍ୟ କରିବେ। ଆଜି ଏ‌ ନେଇ ସାଧାରଣ ଓ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଗ୍ରିନ୍ କାର୍ଡଧାରୀଙ୍କ ପାଇଁ ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ବର : ରାଜ୍ୟରେ ଥିବା ଗ୍ରିନ୍ କାର୍ଡଧାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଏବଂ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଏଥିରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର