କୋଇଲା ଖଣିରେ ବିସ୍ଫୋରଣ : ହାଇଵା ଚାଳକ ମୃତ

ସୁନ୍ଦରଗଡ଼/ହେମଗିର : ଆଜି ଅପରାହ୍ନରେ କୁଲଡା ଖଣିରେ କୋଇଲା ବ୍ଲାଷ୍ଟି˚ ବେଳେ ଜଣେ ହାଇଵା ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଇସରାଫିଲ୍‌ ଓରଫ ଅସରଫ ଅନ୍‌ସାରି (୨୨) । ତାଙ୍କ ଘର ଝାଡ଼ଖଣ୍ତ ରାଜ୍ୟ ଦେଓଘର ଜିଲ୍ଲାରେ। ସେ କୁଲଡା ଖଣିରେ ନିୟୋଜିତ ଓରିଏଣ୍ଟାଲ ଠିକା ସ˚ସ୍ଥାରେ କାମ କରୁଥିଲେ। ବେନିୟମ ବ୍ଲାଷ୍ଟି˚ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଖଣି ପ୍ରକଳ୍ପ ଓ ସୁରକ୍ଷା ଅଧିକାରୀ ସମେତ ବ୍ଲାଷ୍ଟି˚ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ ହେମଗିର ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ନିୟମିତ ଭାବେ ଅପରାହ୍ନ ୧ଟା ୪୦ରେ ହିଁ ବ୍ଲାଷ୍ଟି˚ କରି କୋଇଲା ବାହାର କରାଯାଇଥାଏ। କିନ୍ତୁ ଆଜି ଅପରାହ୍ନ ୨ଟା ୧୫ରେ ବ୍ଲାଷ୍ଟି˚ କରାଯାଇଥିଲା। ଏ ସମ୍ପର୍କରେ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା କି ସତର୍କ ଘଣ୍ଟି, ସୁରକ୍ଷା କର୍ମୀ ମୁତୟନ କରାଯାଇ ନ ଥିଲା। ଫଳରେ ଅସରଫ କୋଇଲା ବୋଝେଇ ପାଇଁ ହାଇଵା (ଓଡି ୧୬ସି- ୫୯୩୦) ନେଇ ଖଣି ଭିତରକୁ ପଶିଥିଲେ। ଏହି ସମୟରେ ବିସ୍ଫୋରଣ ହେବାରୁ ଏକ ବିରାଟ କୋଇଲା ଖଣ୍ତ ପ୍ରାୟ ଶହେ ଫୁଟ ଉପରୁ ହାଇଵା କେବିନ୍‌ରେ ପଡ଼ିଥିଲା। ସେଥିରେ ଚାପି ହୋଇ ଅସରଫ୍‌ଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଠିକା ସ˚ସ୍ଥା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର