ଅଭ୍ୟାସ ମ୍ୟାଚ୍ ହାରିଲା ପାକିସ୍ତାନ

ଭୁବନେଶ୍ବର: ଚତୁର୍ଦଶ ହକି ବିଶ୍ବକପରେ ବଛା ବଛା ୧୬ ଦଳ ଅଂଶ ଗ୍ରହଣ କରୁଛନ୍ତି। ହେଲେ ସବୁ ନଜର ବିଶ୍ବକପର ସଫଳତମ ଦଳ ପାକିସ୍ତାନ ଉପରେ ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତ ସଂପର୍କ ପାଇଁ ସାରା ବିଶ୍ବର ହକି ପ୍ରେମୀଙ୍କ ଧ୍ୟାନ ଏବେ ଏହି ଦଳ ଉପରେ। ପାକିସ୍ତାନ ହକି ଦଳ ଶନିବାର ୱାଘା ବର୍ଡର ଦେଇ ଭାରତ ଆସିବା ସହ ରାତିରେ ଭୁବନେଶ୍ବର ପହଞ୍ଚିଥିଲା। ରବିବାର ଏହି ଦଳ ହୋଟେଲରେ କିଛି ଘଣ୍ଟା ଶାରିରୀକ ବ୍ୟାୟାମ କରିବା ପରେ ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଯାଇ ଫ୍ରାନ୍ସ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିଥିଲା। ଦୁର୍ଭାଗ୍ୟଜନକ ଭାବେ ଏହି ମ୍ୟାଚ୍‌କୁ ୧-୪ ଗୋଲ୍‌ରେ ହାରି ଯାଇଥିଲା। ଅତିତରେ କିନ୍ତୁ କଳିଙ୍ଗ ଷ୍ଟାଡିୟମ ପାକିସ୍ତାନ ପାଇଁ ଭାଗ୍ୟଶାଳୀ ରହିଛି। ଏଠାରେ ଖେଲିଥିବା ଚାମ୍ପିଅନ୍ସ ଟ୍ରଫିରେ ଏହି ଦଳ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇ ପାରିଥିଲା। ସେପଟେ ଦକ୍ଷିଣ ଆଫ୍ରିକା ଏବଂ ଆଜେର୍ଣ୍ଟିନା ମଧ୍ୟରେ ଖେଳା ଯାଇଥିବା ଅନ୍ୟ ଏକ ଅଭ୍ୟାସ ମ୍ୟାଚରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ୩-୦ରେ ଏକତରଫା ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର