ଆସନ୍ତା ମାସରେ ଭାରତ ଚୀନ ମିଳିତ ସମରାଭ୍ୟାସ

ବେଜିଂ: ଭାରତ ଓ ଚୀନ ସେନାର ମିଳିତ ସମରାଭ୍ୟାସ ଆସନ୍ତାମାସ ଡିସେମ୍ବର ୧୦ ତାରିଖରୁ ଚୀନ୍‌ର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ସହର ଚେଙ୍ଗଡୁରେ ଆରମ୍ଭ ହେବ। ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ଚାଲିବାକୁ ଏହା ହେଉଛି ଦୁଇ ଦେଶ ମଧ୍ୟରେ ସପ୍ତମ ମିଳିତ ସମରାଭ୍ୟାସ। ସମ୍ଭାବ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି। ଉଭୟ ଦେଶରୁ ୧୦୦ ଲେଖାଏଁ ଟ୍ରୁପ୍ ଯୋଗଦେବେ। ୨୦୧୭ରେ ସିକିମ୍ ସୀମାର ଡୋକଲାମଠାରେ ୭୩ ଦିନ ଧରି ଉତ୍ତେଜନା ଲାଗି ରହିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଉକ୍ତ ମିଳିତ ସମରାଭ୍ୟାସ ହେବାକୁ ଯାଉଛି। ତେବେ ଦୁଇ ଦେଶ ସେମାନଙ୍କ ଲୋକଙ୍କ ଉପକାର ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର