ବିଜେପି ପ୍ରାର୍ଥୀଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ବାଲ୍ୟ ବିବାହରେ ପୁଲିସ ହସ୍ତକ୍ଷେପ କରିବନି

ଜୟପୁର: ଆଜି ରାଜସ୍ଥାନରେ ଜଣେ ବିଜେପି ପ୍ରାର୍ଥୀ ଏଭଳି ଏକ ଅଦ୍ଭୁତ ପ୍ରତିଶ୍ରୁତି ଦେଇଛନ୍ତି। ସୋଜାତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଆଜି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ସେ କ୍ଷମତାକୁ ଆସିବେ ତେବେ ନିର୍ବ‌ାଚନ ମଣ୍ଡଳୀରେ କୌଣସି ବାଲ୍ୟ ବିବାହକୁ ବିରୋଧ କରାଯିବନି ଏବଂ ବାଲ୍ୟ ବିବାହରେ ପୁଲିସ ହସ୍ତକ୍ଷେପ କରିବନି। ଉକ୍ତ ପ୍ରାର୍ଥୀଙ୍କ ନାମ ଶୋଭା ଚୌହାନ। ସେ ଲଢ଼ୁ୍‌ଥିବା ନିର୍ବାଚନ ମଣ୍ଡଳୀର ଦେବସୀ ସମ୍ପ୍ରଦାୟରେ ବାଲ୍ୟ ବିବାହ କରାଯାଏ । କିନ୍ତୁ ଅଧିକାଂଶ ସମୟରେ ବାଲ୍ୟ ବିବାହରେ ପୁଲିସ ହସ୍ତକ୍ଷେପ କରିଥାଏ।

ସମ୍ବନ୍ଧିତ ଖବର