କେଏଲ୍‌ଏଫ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ପଞ୍ଜାବକୁ ହିଂସା ଦ୍ବାରା ଭାରତରୁ ଅଲଗା କରି ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଲକ୍ଷ୍ୟ ରଖିଥିବା ଖଲିସ୍ତାନ ଲିବରେସନ୍‌ ଫୋର୍ସ (କେଏଲ୍‌ଏଫ୍‌)କୁ ଆଜି କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି ଏବଂ ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ସଂଗଠନ ନିଷିଦ୍ଧ ହୋଇଥିବାରୁ ଏହାର କୌଣସି କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କେଏଲ୍‌ଏଫ୍‌ ୧୯୮୬ରେ ସ୍ବତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଗଠନ ଦାବି ନେଇ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାର ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁ ପଞ୍ଜାବରେ ଅସ୍ଥିରତା ଦେଖାଦେଇଥିଲା।

ସମ୍ବନ୍ଧିତ ଖବର