ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା; ମହାପ୍ରଭୁଙ୍କ ମହାସ୍ନାନ

ପୁରୀ :‌ ଶ୍ରୀମନ୍ଦିର ଭଣ୍ଡାର ଘର ଆଗରେ ରକ୍ତ ଛିଟା ଯୋଗୁ ଆଜି ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ଏଥି ପାଇଁ ଆଜି ପ୍ରାୟ ୨ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ପାଣି ପଡ଼ି ଭିତର ଶୋଧ ପରେ ଭକ୍ତଙ୍କ ଦର୍ଶନ ସ୍ବାଭାବିକ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ନ ଧୂପ ପରେ ଅପରାହ୍ଣ ପ୍ରାୟ ୨ଟା୫୫ ମିନିଟରେ ଶ୍ରୀମନ୍ଦିର ଭଣ୍ଡାର ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ସେବାୟତଙ୍କ ନଜରକୁ ଏହା ଆସିବା ପରେ ଅପରାହ୍ଣ ପ୍ରାୟ ୨ଟା ୫୫ରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟାରୁ ୫ଟା ୧୦ ପର୍ଯ୍ୟନ୍ତ ଭିତରଶୋଧ ପରେ ସାଢ଼େ ୫ଟାରୁ ଦର୍ଶନ ସ୍ବାଭାବିକ ହୋଇଥିଲା। ସୂଚ‌‌ନାଯୋଗ୍ୟ, ଦୁଇଦିନ ତଳେ ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା।

ସମ୍ବନ୍ଧିତ ଖବର