‘କମେଡି ନାଇଟ୍‌ ଉଇଥ୍‌ କପିଲ’ ସୋ’ରେ ନଜର ନ ଆସିବାକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଲେ ଅଲ୍ଲୀ ଅସ୍‌ଗର

ମୁମ୍ବାଇ : ଗୋଟିଏ କି ଦୁଇଟି ନୁହେଁ, ଅନେକ କମେଡି ସୋ’ରେ ମହିଳାଙ୍କ ଚରିତ୍ରରେ ଆସି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ଅଭିନେତା ଅଲ୍ଲୀ ଅସ୍‌ଗର । ଖାସ୍‌ କରି କପିଲଙ୍କ ସୋ’ରେ ସେ ଦାଦି ଭୂମିକାରେ ଆସି ସମସ୍ତଙ୍କ ମନୋରଞ୍ଜନ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯେଉଁ ଚରିତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଆଣି ଦେଇଥିଲା ଏବେ ସେ ଚରିତ୍ର କରିବାକୁ ଅଲ୍ଲୀ ରାଜି ନ ଥିବା କହିଛନ୍ତି । ବାରମ୍ବାର ମହିଳା ଚରିତ୍ର କରି ସେ ବିରକ୍ତ ହୋଇ ସାରିଥିବା ସହ ସେଥି ପାଇଁ ସେ କପିଲଙ୍କ ସୋ’ରେ କାମ କରୁ ନ ଥିବା କହିଛନ୍ତି ।

indiatimes.com

“ବାରମ୍ବାର ସମାନ ଚରିତ୍ରରେ ଆସି ମୁଁ ଦର୍ଶକଙ୍କୁ କିଛି ଭିନ୍ନ ଦେଇ ପାରୁ ନାହିଁ । ମୋ ସହ ସେମାନେ ମଧ୍ୟ ମୋତେ ଦେଖି ଦେଖି ବିରକ୍ତ ହୋଇ ଯାଇଥିବେ । ଏବେ ମୁଁ ସେ ପୁରୁଣା ଜିନିଷ କରିବା ଛାଡ଼ି କିଛି ନୂଆ କରିବାକୁ ଚିନ୍ତା କରୁଛି” ବୋଲି କହିଛନ୍ତି ଅଲ୍ଲୀ ଅସ୍‌ଗର ।

ସମ୍ବନ୍ଧିତ ଖବର