କଟକ: ଗୁଜୁରାଟର ଗୋକୁଳଭାଇ ସୋମାଭାଇ ପଟେଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ଦିନ ଓଡ଼ିଶା ପରାସ୍ତ ହୋଇଛି। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ୪ ଵିକେଟରେ ଓଡ଼ିଶାକୁ ହରାଇଛି। ଟସ୍ ଜିତି ଓଡ଼ିଶା ବ୍ୟାଟି˚ କରିଥିଲା ବେଳେ ୪୯.୨ ଓଭରରେ ୧୯୮ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। ଦେବାଶିଷ ସାମନ୍ତରାୟ (୮୩) ଏକାକି ଲଢୁଆ ଅର୍ଧଶତକ ଜମାଇଥିଲା ବେଳେ କ୍ଷମାସାଗର ବଳ ୩୧ ଓ ନିମ୍ନ କ୍ରମରେ ଆଶିଷ ରାଏ ୩୪ ରନ୍ କରିଥିଲେ। ଦିଲ୍ଲୀ ପାଇଁ ଯୋଗେଶ ଶର୍ମା ୪, କୁଲ୍ଦୀପ ଯାଦବ ୨, ଅଭିଷେକ ଭାଟ୍ସ, କୁଅଁର ବିଧୁରି ଓ ସୁମିତ ମାଝୁର ଗୋଟିଏ ଲେଖାଏଁ ଵିକେଟ୍ ପାଇଥିଲେ। ତେବେ ୧୯୯ ରନ୍ର ଲକ୍ଷ୍ୟକୁ ଦିଲ୍ଲୀ ୪ ଓଭର ପୂର୍ବରୁ ୬ ଵିକେଟ୍ ବିନିମୟରେ ହାସଲ କରିଥିଲା। ଦଳ ପକ୍ଷରୁ ବୈଭବ କଣ୍ତପାଳ ୬୧, ରାଜେଶ ଶର୍ମା ୬୦ ରନ୍ର ପାଳି ଖେଳିଥିଲା ବେଳେ ଓଡ଼ିଶାର ପ୍ରୀତ୍ ସି˚ହ ଚୌହାନ ଓ ତାରିଣୀ ସ’ ଦୁଇଟି ଲେଖାଏଁ ଵିକେଟ୍ ପାଇଥିଲେ। ଶୁକ୍ରବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ରେ ବେଙ୍ଗଲକୁ ଭେଟିବ।