ମୋଦି ମନ୍ତ୍ରୀଙ୍କ ବିବାଦୀୟ ବୟାନ: ରାହୁଲ ଗାନ୍ଧୀ ବ୍ରାହ୍ମଣ କେମିତି ବନିଲେ, କ’ଣ ଡିଏନ୍‌ଏ ଟେଷ୍ଟ କରାଇବେ !

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ଷେପ କରିଛନ୍ତି। ଅନନ୍ତ କଂଗ୍ରେସ ନେତାମାନଙ୍କୁ ବାଲାକୋଟରେ ହୋଇଥିବା ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରମାଣ ମାଗିଥିବାରୁ ପାଲଟା ଜବାବ ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ନିଜକୁ ବ୍ରାହ୍ମଣ ବୋଲି କହୁଛନ୍ତି, ଏଥିପାଇଁ ସେ କ’ଣ ଡିଏନ୍‌ଏ ଟେଷ୍ଟ କରାଇବେ! ରାହୁଲଙ୍କ ଉପରେ ଏଭଳି ବୟାନ ଅନନ୍ତ କର୍ଣ୍ଣାଟକର ଏକ ରାଲିରେ ସମୟରେ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅନନ୍ତ କୁମାର ହେଗଡେଙ୍କ କହିବାନୁସାରେ, ପୂରା ଦୁନିଆ ଆମର ଶକ୍ତି ଓ ପରାକ୍ରମ ବିଷୟରେ ଆଲୋଚନା କରୁଛି। କିନ୍ତୁ କଂଗ୍ରେସ ପାକିସ୍ତାନ ବିରୋଧରେ ଆମର ବାୟୁସେନାର ଆକାଶୀ ମାର୍ଗ ଆକ୍ରମଣର ପ୍ରମାଣ ମାଗୁଛି। ଏହି ପ୍ରସଙ୍ଗରେ କଥା ଉଠୁଛି କି ଜଣେ ମୁସଲମାନର ପୁଅ ଗାନ୍ଧୀ ନାମରେ ବ୍ରାହ୍ମଣ କେମିତି ବନିଗଲା?

ସମ୍ବନ୍ଧିତ ଖବର