ନିଉଜିଲାଣ୍ଡ ମସ୍‌ଜିଦ୍‌ ଗୁଳିକାଣ୍ଡ : ଆକ୍ରମଣ କରିବା ପୂର୍ବରୁ ଲାଇଭ୍‌ ଭିଡିଓ କରିଥିଲେ ବନ୍ଧୁକଧାରୀ ଆତତାୟୀ

ନୂଆଦିଲ୍ଲୀ : ନିଉଜିଲାଣ୍ଡରେ କ୍ରାଏଷ୍ଟଚର୍ଚରେ ଥିବା ଦୁଇଟି ମସ୍‌ଜିଦ୍‌ ଉପରେ ଆକ୍ରମଣ କରିବା ପୂର୍ବରୁ ଜଣେ ବନ୍ଧୁକଧାରୀ ଆତତାୟୀ ଲାଇଭ୍‌ ଭିଡିଓ କରିଥିଲେ ବୋଲି ସାମ୍ନାକୁ ଆସିଛି । ବନ୍ଧୁକଧାରୀ ଆତତାୟୀଜଣଙ୍କ ଲାଇଭ୍‌ ଭିଡିଓ ଆରମ୍ଭ କରି ମସ୍‌ଜିଦ୍‌ ଭିତରକୁ ପଶିଥିଲେ । ଏହା ପରେ ଧଡ଼ା ଧଡ଼ ଲୋକମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଏହି ଆକ୍ରମଣରେ ପ୍ରାୟ ୪୯ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଲୋକ ଆହତ ହୋଇଥିବା ଜଣା ପଡ଼ିଛି ।

USA Today

ଲାଇଭ୍‌ କରାଯାଇଥିବା ଭିଡିଓରେ, ବନ୍ଧୁକଧାରୀ ଆତତାୟୀଜଣଙ୍କ ମସ୍‌ଜିଦ୍‌ ବାହାରେ ନିଜର କାର୍‌ ପାର୍କ କରିଥିଲେ । କାର୍‌ ଭିତରେ ବିଭିନ୍ନ ପ୍ରକାରର ବିସ୍ଫୋରକ ଜିନିଷ ରଖିଥିବା ବେଳେ ନିଜ ବୁଟ୍‌ରେ ବନ୍ଧୁକ ରଖିଥିବା ଦେଖା ଯାଇଥିଲା । ଏହା ପରେ ବନ୍ଧୁକଧାରୀ ଆତତାୟୀଜଣଙ୍କ ମସ୍‌ଜିଦ୍‌ ଭିତରକୁ ଯାଇ ଗୁଳିବର୍ଷା କରିବା ଆରମ୍ଭ କରି ଦେଇଥିବା ଦେଖା ଯାଇଥିଲା । ୧୫ମିନିଟ୍‌ ପର୍ଯ୍ୟନ୍ତ ଲାଇଭ୍‌ ଭିଡିଓ ଚାଲିଥିବା ବେଳେ ୧୫ମିନିଟ୍‌ ପରେ ତାହା ବନ୍ଦ ହୋଇ ଯାଇଥିଲା । ତେବେ ଏହି ଭିଡିଓ ଭାଇରାଲ ହେବାର ଆଶଙ୍କା ରହିଥିବାରୁ ନିଉଜିଲାଣ୍ଡ ପୁଲିସ ଏହାକୁ ହଟାଇବା ପାଇଁ ଚେଷ୍ଟା କରିବା ସହ ଲୋକମାନଙ୍କୁ ଏହାକୁ ସେୟାର ନ କରିବା ପାଇଁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର