ରମାଦେବୀରେ ‘କନ୍ୟାରତ୍ନ ଆନମୋଲ୍‌’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦିନକୁ ଦିନ ସମାଜରେ ନାରୀ ନିର୍ଯାତନା ଓ କନ୍ୟାଭ୍ରୂଣ ହତ୍ୟା ବଢ଼ିଚାଲିଛି। ବିଶେଷ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଭାଇରାଲ୍‌ ଭିଡିଓ ଜରିଆରେ ନାରୀମାନଙ୍କୁ ବଦନାମ କରିବାକୁ କିଛି ଦୁର୍ବୃତ୍ତ ଚେଷ୍ଟା କରୁଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ‘କନ୍ୟାରତ୍ନ ଆନମୋଲ୍‌ ହେ’ ସଚେତନତା କାର୍ଯ୍ୟକ୍ରମ।

ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଦସ୍ତଖତ ଅଭିଯାନ ମାଧ୍ୟମରେ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ। ନାରୀ ସଚେତନତା ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ଭାବେ ଉତ୍କଷ୍ଟ ସ୍ଥାନ ବୋଲି ନୋସାକା ସଭାପତି ସରୋଜ ଦାଶ କହିଥିଲେ।

କାର୍ଯ୍ୟକ୍ରମରେ କୁଳସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ, ପିଜି କାଉନସିଲ୍‌ ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାଶ, ଉପକୁଳସଚିବ ଡ. ନିରଞ୍ଜନ ଆଚାର୍ଯ୍ୟ, ଛାତ୍ରୀ ମଙ୍ଗଳ ଅଧିକାରୀ ଡ. ସରିତା ସୁପକାର, ବାୟୋଟେକ୍ନୋଲୋଜି ବିଭାଗର ସଂଯୋଜିକା ଡ. ପଷ୍ପାଞ୍ଜଳି ମିଶ୍ର, ଅଧ୍ୟାପିକା ଡ. ବିଦ୍ୟୁତପ୍ରଭା ଦାଶ, ରିଡର୍‌ ଡ. ସୁଜାତା ମହାପାତ୍ର, ଡ. ଜୟଲକ୍ଷ୍ମୀ ଦାସ, ଡ. ସରିତା ସାହୁ, ଡ. ହରଲ୍ୟା ପଟ୍ଟନାୟକ, ଡ. ସୋନାଲି ପ୍ରିୟଦର୍ଶିନୀ, ଛାତ୍ରୀସଂସଦ ସଭାପତି ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ, ପୂର୍ବତନ ସଭାପତି ଅନସୂୟା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର