ଜାତୀୟ ବାଳିକା ଫୁଟ୍‌ବଲ୍‌ ଶିବିରରେ ଓଡ଼ିଶାରୁ ୨

କଟକ, : ୧୭ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍‌ ବିଶ୍ବକପ୍‌ (୨୦୨୦) ପାଇଁ ଆସନ୍ତା ୨ ତାରିଖରୁ ପ୍ରସ୍ତୁତି ଆରମ୍ଭ ହେଉଛି। ଏଥି ପାଇଁ ଗୋଆରେ ଏକ ଶିବିର ଆୟୋଜନ ହେଉଥିବା ବେଳେ ଓଡ଼ିଶାରୁ ଦୁଇ ଜଣ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଛନ୍ତି। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ମଞ୍ଜୁ ଗଞ୍ଜୁ ଓ ମନୀଷା ନାଏକ ଏହି ଶିବିରରେ ଯୋଗଦେବେ। ଉଭୟ ଗୋଲରକ୍ଷକ ଭାବେ ମନୋନୀତ ହୋଇଛନ୍ତି। ନିକଟରେ ମହାରାଷ୍ଟ୍ରର କୋହ୍ଲାପୁରରେ ଶେଷ ହୋଇଥିବା ଜାତୀୟ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରୁ ଏହି ଦୁଇ ଜଣଙ୍କୁ ଚୟନ କରାଯାଇଛି। ଉପରୋକ୍ତ ଦୁଇ ଖେଳାଳିଙ୍କ ଏହି ସଫଳତା ପାଇଁ ଫାଓ ସମ୍ପାଦକ ସ˚ଜୟ ବେହେରା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର