ପଟିଆ ପଟୁ କାମ ଆରମ୍ଭ : ଭୁବନେଶ୍ୱରରେ ବିଦ୍ୟୁତ ଯୋଗାଣ ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି କହିଲା ସେସୁ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ବିଦ୍ୟୁତ ସରବରାହ ଗତ ୫ ଦିନ ହେଲା ବନ୍ଦ ଥିବାରୁ ଲୋକମାନେ ଡ଼ହଳ ବିକଳ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପଟୁ ବିଦ୍ୟୁତ ସରବରାହ ସଜଡ଼ା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ୟୁଟିଲିଟି (ସେସୁ) ପକ୍ଷରୁ କୁହାଯାଇଛି।

‘ସେସୁ’ ପକ୍ଷରୁ ଟୁଇଟରରେ କୁହାଯାଇଛି ଯେ ଭୁବନେଶ୍ୱରର ପଟିଆ ଚନ୍ଦ୍ରଶେଖରପୁର ପଟୁ ବିଦ୍ୟୁତ ସରବାରହ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ନୂଆପଲ୍ଲୀ,ବରମୁଣ୍ଡା,ଭରତପୁର,ଗୋଠପାଟଣା,ଶୈଳଶ୍ରୀ ବିହାର ଓ ଇନ୍‌ଫୋସିଟିରେ ଥିବା ୩୩/୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର୍‌ ଚାର୍ଜ କରାଯାଇଛି। ବାରଙ୍ଗ ସେକ୍ସନ୍‌ରେ ଥିବା ନରାଜ ଫିଡର ମରାମତି କାର୍ଯ୍ୟ ଚାଲୁରହିଛି।

ଏତଦ୍‌ବ୍ୟତୀତ ଜଗତସିଂପୁର ଜିଲ୍ଲାର ନୂଆଗାଁ ଫିଡର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୧୯ଟି ଯାକ ୩୩/୧୧ କେଭି ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହୋଇଛି।

‘ଫେଡ୍‌କୋ’ ବିଦ୍ୟୁତ କଂପାନୀ ପକ୍ଷରୁ କୁହାଯାଇଛି ଯେ, କଂପାନୀର ସବୁ କର୍ମଚାରୀଙ୍କ ଛୁଟି ବାତିଲ୍‌ କରି ବିଦ୍ୟୁତ ସରବରାହ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

ସମ୍ବନ୍ଧିତ ଖବର