ଜୋରସୋରରେ ଚାଲିଛି ମରାମତି, ୧୨ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ଜଳିବ ଆଲୁଅ

ପୁରୀ : ବାତ୍ୟା ଫନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ ଲୋକସମ୍ପର୍କ ସଚିବ ସମୀକ୍ଷା କରିଛନ୍ତି । ବିଦ୍ୟୁତ ଯୋଗାଣ ପାଇଁ ଜୋରସୋରରେ କାମ ଚାଲିଥିବା ବେଳେ ଯେତିକି ଟାର୍ଗେଟ୍‌ ରହିଛି ତାଠାରୁ ଅଧିକ କାମ କରାଯାଉଛି ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ବାତ୍ୟା ପରଠାରୁ ଅନ୍ଧାରରେ ରହିଛି ପୁରୀ ବଡଦାଣ୍ଡ । ସଚିବ କହିଛନ୍ତି, ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ବିଜୁଳି ଯୋଗାଇ ଦିଆଯିବ ।

odishabytes.com

ସେହିପରି ଆସନ୍ତା ୧୫ ତାରିଖ ସୁଦ୍ଧା କୋଣାର୍କରେ ମଧ୍ୟ ଆଲୁଅ ଜଳିବ ବୋଲି ସୂଚନା ମିଳିଛି । ବିଦ୍ୟୁତ ଭିତ୍ତିଭୂମି ମରାମତି ପାଇଁ ୩ ଶହ ଗ୍ୟାଙ୍ଗ ନିୟୋଜିତ ହୋଇଥିବା ସଚିବ କହିଛନ୍ତି । ସେ କହିଛନ୍ତି, କେବଳ ପୁରୀରେ ୧୭୫ ଗ୍ୟାଙ୍ଗ କାମ କରୁଥିବା ବେଳେ ତେଲେଙ୍ଗାନା, ବିହାରରୁ ଅଧିକ ଗ୍ୟାଙ୍ଗ ପାଇଁ ଅନୁରୋଧ କରାଯାଇଛି । ସବୁଠାରୁ ବଡ କଥା ହେଲା, ସମୀକ୍ଷା ପରେ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ।

ସମ୍ବନ୍ଧିତ ଖବର