ବିଳମ୍ବରେ ହେଲେ ବି ବୁଝିଲା ପାକ୍‌; ନିୟନ୍ତ୍ରଣ ରେଖାରେ ଭାରତ ସହ ଉତ୍ତେଜନା ହ୍ରାସ ପାଇଁ ଆରମ୍ଭ କଲା ପ୍ରୟାସ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟର ଚାପ ଓ ଭାରତର ଉଗ୍ର ଆଭିମୁଖ୍ୟ ଆଗରେ ଶେଷରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହୋଇଛି ପାକିସ୍ତାନ। ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ହ୍ରାସ ପାଇଁ ପର୍ଯ୍ୟାୟକ୍ରମେ ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି ପାକିସ୍ତାନ। ଏଥିସହ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାକିସ୍ତାନ ପକ୍ଷରୁ ଲେଖା ଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ମୁତୟନ କରା ଯାଇଥିବା ସ୍ୱତନ୍ତ୍ର ସୁରକ୍ଷା ବାହିନୀକୁ ମଧ୍ୟ ଇତିମଧ୍ୟରେ ପାକିସ୍ତାନ ପ୍ରତ୍ୟାହାର କରି ନେଇଛି। ଏଥିସହ ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ପକ୍ଷରୁ ଅସ୍ତ୍ରବିରତି ପାଳନ କରିବା ସହ ଗୁଳିଗୋଳା ବିନିମୟକୁ ବନ୍ଦ କରିବା କରିବା ପାଇଁ ପ୍ରସ୍ତାବ ରଖିଛି ପାକ୍‌।

msn.com

ଖାଲି ଏତିକି ନୁହେଁ ପାକିସ୍ତାନ ସରକାର ପାକ୍‌ ସେନା ଓ ପାକ୍‌ ରେଞ୍ଜର୍ସକୁ କଡ଼ା ଚେତାବନୀ ଦେଇ କହିଛି ଯେ ଯେପରି କୌଣସି ପରସ୍ଥିତିରେ ସେମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ ନକରନ୍ତି ଓ ଭାରତୀୟ ସୀମା ମଧ୍ୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରନ୍ତି ତାହାକୁ ସୁନିଶ୍ଚିତ କରିବା ପାଇଁ ନିଜର ବରିଷ୍ଠ ସେନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି ପାକ୍‌। ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ପାକିସ୍ତାନ ସମଗ୍ର ବିଶ୍ୱରେ ଯେପରି ଭାବେ ଏକ ଘରିକିଆ ହୋଇ ପଡ଼ିଲା ଓ ଏହି ଘଟଣା ପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁୂ ପଡ଼ିଲା, ଆଉ ସେପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁ ନାହିଁ ପାକିସ୍ତାନ। ସେଥିପାଇଁ ଭାରତ ସହ ସୌହାର୍ଦ୍ଦ ପୂର୍ଣ୍ଣ ସଂପର୍କ ସ୍ଥାପନ କରି ନିଜର ମଳିନ ଭାବମୁର୍ତ୍ତିକୁ ଆଉଥରେ ଉଜ୍ୱଳ କରିବା ପ୍ରୟାସ ଏବେ ଆରମ୍ଭ କରିଛି ପାକ୍‌।

ସମ୍ବନ୍ଧିତ ଖବର