ଏ ବର୍ଷ ପପୁ ପମପମଙ୍କ ଏହି ଦୁଇଟି ଦୁଇଟି ସ୍ୱପ୍ନ ପୂରଣ ହେଲା

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍‌ ହେଲେ ପପୁ ପମ୍‌ପମ୍‌ ।ପପୁ ପମ୍‌ପମ୍‌ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୁ ମୋ’ ଆଖିର ତାରା’ ସିନେମାରୁ ଅଭିନୟ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ଇତିମଧ୍ୟରେ ୩୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି।

ତାଙ୍କର ଅଭିନେତା ହେବାର ସ୍ୱପ୍ନ ତ ଅନେକ ଦିନରୁ ପୂରଣ ହୋଇଛି। କିନ୍ତୁ ନିକଟରେ ଦୁଇଟି ସ୍ୱପ୍ନ ପୂରଣ ହୋଇଛି।ଏହା ହେଲା ନିର୍ଦ୍ଦେଶକ ହେବା ଓ ଅନ୍ୟଟି ହେଲା ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ।


ପପୁ ପମ୍‌ପମ୍‌ଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଚିରକୁଟ୍‌’। ସେ ଏହି ସିନେମାରେର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏହି ସିନେମା ରିଲିଜ୍‌ ଲାଗି ପ୍ରସ୍ତୁତ। ଏହା ଅବଶ୍ୟ ଭିନ୍ନ କଥା ଯେ ପୂର୍ବରୁ ପପୁ ପମ୍‌ପମ୍‌ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ଏକ ସିନେମା‘ଜୋକର୍‌’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମଟି କିନ୍ତୁ ଆଜି ଯାଏଁ ରିଲିଜ୍‌ ହୋଇ ନାହିଁ। ଯଦି ତାହା ରିଲିଜ୍‌ ହୋଇଥାନ୍ତା।ତେବେ ପପୁ ପମ୍‌ପମ୍‌ ବହୁ ଦିନ ଆଗରୁ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ତାଲିକା ଭୁକ୍ତ ହୋଇ ସାରିଥାନ୍ତେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତମନ୍ନା,ଲିପ୍‌ସା ମିଶ୍ର ଓ ଦୁଷ୍ମନ୍ତ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର