ତାପମାତ୍ରା: ୧୨ ସହରର ପାରା ୪୦ ଟପିଲା, ୪୪.୭ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୨ଟି ସହରର ତାପମାତ୍ରା ମଙ୍ଗଳବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ଆଜି ସର୍ବାଧିକ ତାପମାତ୍ରା ୪୪.୭ ଡିଗ୍ରି ରେକର୍ଡ କରାଯାଇଛି। ସୋନପୁରରେ ପାରା ୪୪.୬ ଡିଗ୍ରି ପହଂଚିଥିବା ବେଳେ ବଲାଙ୍ଗୀର ୪୪.୫ ଡିଗ୍ରିରେ ସିଝିଛି। ସେହିପରି ଟିଟିଲାଗଡ଼ରେ ଆଜି ତାପମାତ୍ରା ୪୪.୦ ଡିଗ୍ରି ରେକର୍ଡ କରାଯାଇଛି। ହୀରାକୁଦ ୪୩.୭, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୨.୬, ସୁନ୍ଦରଗଡ଼ ୪୨.୦, ମାଲକାନଗିରି ୪୨.୦, ଅନୁଗୁଳ ୪୧.୭, ତାଲଚେର ୪୧.୨ ଓ ୪୦.୦ ଡିଗ୍ରି ରେକଡ ହୋଇଛି।

ପ୍ରମୁଖ ସହରର ତାପମାତ୍ରା

-ସମ୍ବଲପୁର ୪୪.୭ ଡିଗ୍ରି
-ସୋନପୁର ୪୪.୬ ଡିଗ୍ରି
-ବଲାଙ୍ଗୀର ୪୪.୫ ଡିଗ୍ରି
-ଟିଟିଲାଗଡ଼ ୪୪.୦ ଡିଗ୍ରି
-ହୀରାକୁଦ ୪୩.୭ ଡିଗ୍ରି
-ଝାରସୁଗୁଡ଼ା ୪୩.୬ ଡିଗ୍ରି
-ଭବାନୀପାଟଣା ୪୨.୬ ଡିଗ୍ରି
-ସୁନ୍ଦରଗଡ଼ ୪୨.୦ ଡିଗ୍ରି
-ମାଲକାନଗିରି ୪୨.୦ ଡିଗ୍ରି
-ଅନୁଗୁଳ ୪୧.୭ ଡିଗ୍ରି
-ତାଲଚେର ୪୧.୨ ଡିଗ୍ରି
-କେନ୍ଦୁଝର ୪୦.୦ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧିତ ଖବର