ଅଭିନେତା କରଣ ଓବରଏଙ୍କ ମାମଲାରେ ଆସିଲା ନୂଆ ମୋଡ଼, ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କ ଉପରେ ଆକ୍ରମଣ କରାଇଥିଲେ ତାଙ୍କ ଓକିଲ
ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଏହା ପରେ ପରେ ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍ ଆରୋହୀ ଆକ୍ରମଣ କରିବା ସହ ଏତଲା ଫେରାଇ ଆଣିବାକୁ ଧମକ ଦେଇଥିଲେ । ଏ ନେଇ ପୀଡ଼ିତା ମୁମ୍ବାଇ ପୁଲିସରେ ଅଭିଯୋଗ କରିଥିବା ବେଳେ ଘଟଣା ପଛରେ ପୀଡ଼ିତାଙ୍କ ଓକିଲଙ୍କ ହାତ ଥିବା ଜଣା ପଡ଼ିଛି । ଏହା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆଗକୁ ବଢ଼ାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପୀଡ଼ିତାଙ୍କ ଉପରେ ଦୁଇଜଣ ବାଇକ୍ ଆରୋହୀ ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏକ ଚିଠି ଫିଙ୍ଗିଥିଲେ । ଚିଠିରେ ଏତଲା ଫେରାଇ ଆଣିବାକୁ ଧମକ ଦିଆଯାଇଥିଲା । ତେବେ ଏଭଳି କାମ ପଛରେ ପୀଡ଼ିତାଙ୍କ ଓକିଲଙ୍କ ହାତ ଥିବା କଥା ସାମ୍ନାକୁ ଆସିବା ପରେ କେହି ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି । ଧିରେ ଧିରେ ଏହି ମାମଲାରେ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି ।