ଆୟୁଷ୍ମାନ ଯୋଜନା ଲାଗୁ ପାଇଁ କେନ୍ଦ୍ରର ଅନୁରୋଧ ପରେ ଅନୁଧ୍ୟାନ ପାଇଁ ରାଜି ହେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆୟୁଷ୍ମାନ ଯୋଜନାରେ ସାମିଲ ହେବ କି ଓଡ଼ିଶା ? ଏହାକୁ ନେଇ ଚର୍ଚା ଜୋର ଧରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ମାଗାଯାଇଛି । ପ୍ରସ୍ତାବ ଆସିବା ପରେ  ଆମେ ଅନୁଧ୍ୟାନ କରିବୁ । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ  ଏହା  ଭାରତର ସବୁଠୁ ଭଲ ଯୋଜନା । ସେମାନେ ଅନୁରୋଧ କରିବା ପରେ ଆମେ ଅନୁଧ୍ୟାନ କରିବାକୁ ରାଜି ହୋଇଛୁ । ତେବେ ଭଲ ହୋଇଥିଲେ ସ୍ୱାଗତ କରିବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ସଚିବାଳୟରେ ଦୁଇ ଦିନ ତଳେ ଆୟୁଷ୍ମାନ ଯୋଜନା ପ୍ରଚଳନ ଲାଗି ଉଚ୍ଚସ୍ତରୀୟ ବୈଠକ  ବସିଥିଲା ।  ଆୟୁଷ୍ମାନ ଭାରତ ସିଇଓଙ୍କ ସହ ଏହି ବୈଠକରେ ଆଲୋଚନା କରିଥିଲେ ରାଜ୍ୟ ସରକାର । ସେତେବେଳେ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୁଷଣ କହିଥିଲେ । ଓଡିଶା ସମେତ ୫ଟି ରାଜ୍ୟ ଯୋଜନାରେ ସାମିଲ ହୋଇନାହାନ୍ତି ।

ସମ୍ବନ୍ଧିତ ଖବର