ପିଆଜକୁ ନେଇ ଶାଶୁ-ବୋହୂ ମୁହାଁମୁହିଁ, ଥାନାରେ ପହଞ୍ଚିଲେ ଶାଶୁ

ଗ୍ରେଟରନୋଏଡା: ଦିଲ୍ଲୀର ବିଳାସପୁର ଥାନାରେ ଗୁରୁବାର ରାତିରେ ଶାଶୁ-ବୋହୂ ଡ୍ରାମା ଦେଖିବାକୁ ମିଳିଥିଲା | ଖାଦ୍ୟରେ ପିଆଜ ବ୍ୟବହାର କରିବାକୁ ନେଇ ଅବୁଝା ଶାଶୂ ବୋହୂ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ | ପରେ ପୋଲିସ ଶାଶୁଙ୍କୁ ବୁଝାଇ ଘରକୁ ପଠାଇଦେଇଥିଲା | ୮୦ ବର୍ଷୀୟ ଶାଶୁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ପିଆଜ ଖାଇବାକୁ ଭଲ ଲାଗେନି |

କିନ୍ତୁ ବାରମ୍ବାର ମନା କରିବା ପରେ ବି ବୋହୂ ତାଙ୍କ ଖାଦ୍ୟରେ ପିଆଜ ବ୍ୟବହାର କରୁଥିଲେ | ଏହି ବୃଦ୍ଧା ଜଣକ ଅଭିଯୋଗ କରିଛନ୍ତି ବୋହୂର ଏହି ମନମାନୀରେ ପୁଅ ବି ସମର୍ଥନ କରୁଛି | ଯାହାକୁ ନେଇ ଶାଶୁ ଜଣକ ଥାନାରେ ପହଞ୍ଚିଯାଇଥିଲେ | ପୋଲିସ ତାଙ୍କୁ ଘର ସମସ୍ୟା କହି ବୁଝାଇବାକୁ ଚେଷ୍ଟା କରିଥିଲା | କିନ୍ତୁ ଶାଶୁ ଜଣକ ମାନିନଥିଲେ |

ବହୁସମୟ ଧରି ଥାନାରେ ହଙ୍ଗାମା କରିଥିଲେ ଶାଶୁ | ପରେ ପୋଲିସ ତାଙ୍କ ପୁଅକୁ ଥାନାକୁ ଡ଼କାଇଥିଲା | ପୁଅ ଆସି ମାକୁ ପ୍ରତିଶୃତି ଦେଇଥିଲେ ଯେ ଭବିଷ୍ୟତରେ ଏଭଳି ଆଉ ହେବ ନାହିଁ | ଏହା ପରେ ହିଁ ଶାନ୍ତ ହୋଇଥିଲେ ବୃଦ୍ଧା |

 

ସମ୍ବନ୍ଧିତ ଖବର