ସର୍ବଭାରତୀୟ ଚେସ୍‌: ୩ ମିଳିତ ଅଗ୍ରଣୀ

କଟକ: ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର୍ସଠାରେ ଚାଲିଥିବା ସର୍ବଭାରତୀୟ ଫିଡେ ରେଟି˚ ଚେସ୍‌ ପ୍ରତିଯୋଗିତାର ଷଷ୍ଠ ରାଉଣ୍ତ ସୁଦ୍ଧା ୩ ଜଣ ମିଳିତ ଅଗ୍ରଣୀ ପାଇଛନ୍ତି। ପଶ୍ଚିମବଙ୍ଗର ସତ୍ୟଜିତ ସରକାର, ତାମିଲନାଡୁର ପ୍ରଶାନ୍ତ କେଆର‌୍‌, ପଶ୍ଚିମବଙ୍ଗର ଧୀମନ ମିତ୍ର ପୂର୍ଣ୍ଣ ୬ ପଏଣ୍ଟ ଲେଖାଏଁ ପାଇଛନ୍ତି। ଏମାନଙ୍କ ପଛକୁ ଜି କାର୍ତ୍ତିକେୟନ, ଯୁବା କିଶୋର ପିଲ୍ଲା, ପି ସାଇରୂପା, ବି ମହେନ୍ଦର ସାଢେ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ସୋମବାର ସକାଳେ ସପ୍ତମ ରାଉଣ୍ତରେ ଧୀମନ ଓ ସତ୍ୟଜିତ, ପ୍ରଶାନ୍ତ ଓ ମହେନ୍ଦର, ଯୁବା ଓ କାତ୍ତିକେୟନ ଏବ˚ ନିଳନ୍ତ ଚନ୍ଦା ଓ ପି ସାଇରୂପାଙ୍କ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍‌ଗୁଡିକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଆନନ୍ଦ ବାବୁ, ଫିଡେ ଆର୍ବିଟର ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ ପରିଚାଳନା

ସମ୍ବନ୍ଧିତ ଖବର