ବିହାରରେ ୫୪ ଶିଶୁଙ୍କ ପ୍ରାଣହାନି ପଛରେ କ’ଣ ‘ଲିଚୁ’!

ମୁଜଫରପୁର: ବିହାରର ମୁଜଫରପୁରରେ ସନ୍ଦିଗ୍ଧ ଆକ୍ୟୁଟ୍‌ ଇନ୍‌ ସେ ଫଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌) ଅର୍ଥାତ୍‌ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୫୪ରେ ପହଞ୍ଚିଲାଣି।

ମୁଜଫରପୁର ଜିଲ୍ଲାରେ ଥିବା ଶ୍ରୀକୃଷ୍ଣା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲରେ ମଧ୍ୟ ଏଯାଏଁ ୪୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି। ଠିକ୍‌ ସେହିପରି କେଜରିଓ୍ଵାଲ୍‌ ମାତୃସଦନ (କେ ଏମଏସ)ରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏଭଳିି ଭାବେ ଗୁରୁବାର ସୁଦ୍ଧା ଏହି ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଚଳିତ ବର୍ଷ ଜାନୁଆରିରେ ମୋଟ୍‌ ୧୭୯ ସନ୍ଦିଗ୍ଧ ଏଇଏସ୍‌ ମାମଲା ସାମ୍ନାକୁ ଆସିଥିଲା।

photo-youtube

ଏ ସଂପର୍କରେ ବିଶେଷ ତଦନ୍ତ କରାଯିବା ପରେ ଜଣାଗଲା ଯେ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହାଇପୋଗ୍ଲାଇସିମିୟା (ହଠାତ୍‌ ଶରୀରରେ ସୁଗାରର ମାତ୍ରା କମିଯିବା) କାରଣରୁ ହୋଇଛି। ତା’ପୂର୍ବରୁ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ ଯେ ମୁଜଫରପୁର ଆଖପାଖରେ ଲିଚୁ ଗଛରେ ଫଳୁଥିବା ଲିଚୁରେ ବିଷାକ୍ତ ତତ୍ତ୍ୱ ରହିଛି। ଏହାକୁ ଖାଇବା ଯୋଗୁଁ ଶିଶୁମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି।

ସମ୍ବନ୍ଧିତ ଖବର