‘ମହାନଦୀ’ ଗୁରୁତ୍ବ ବୁଝିଲା କେନ୍ଦ୍ର : ରାଷ୍ଟ୍ରପତିଙ୍କ ଅଭିଭାଷଣରେ ମହାନଦୀ ପ୍ରଦୂଷଣ ପ୍ରସଙ୍ଗ

ଛତିଶଗଡ଼ ଓ ଓଡ଼ିଶାର ଶିଳ୍ପାୟନ ମହାନଦୀ ପାଇଁ କାଳ, ରାୟଗଡ଼ଠାରୁ କଟକ ଯାଏ ବର୍ଜ୍ୟଜଳ ବି ମିଶୁଛି, ସାତକୋଶିଆ, ଚିଲିକା, ଅଂଶୁପା ପ୍ରତି ବିପଦ

ଭୁବନେଶ୍ବର : ଶେଷରେ ଜାତୀୟ ପ୍ରସଙ୍ଗ ପାଲଟିଛି ମହାନଦୀ। ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦ ଏକଦା ନୂଆଦିଲ୍ଲୀରେ ବିତର୍କ ସୃଷ୍ଟି କରିଥିଲା। ମହାନଦୀର ଗୁରୁତ୍ବ ସଂପର୍କରେ ରାଜ୍ୟ ସରକାର ତମ୍ବିତୋଫାନ କରିଥିଲେ ବି ତାହା କେନ୍ଦ୍ରକୁ ବିେଶଷ ପ୍ରଭାବିତ କରିପାରିନଥିଲା। ଛତିଶଗଡ଼ରେ ସରକାର ଥିବା କାରଣରୁ କେନ୍ଦ୍ର ସରକାର ଅକଳରେ ପଡ଼ିଥିଲେ। ତେବେ ବିଳମ୍ବରେ ହେଲେ ବି ସମସ୍ତେ ଚେତିଛନ୍ତି।

ଆଉ କେହି ନୁେହଁ, ଖୋଦ୍ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମହାନଦୀକୁ ଭିନ୍ନ କାରଣରୁ ଚର୍ଚ୍ଚାକୁ ଆଣିଛନ୍ତି। ସଂସଦର କେନ୍ଦ୍ରୀୟ କକ୍ଷରେ ସମବେତ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ସମ୍ବୋଧନ କରିବା ଅବସରରେ ରାଷ୍ଟ୍ରପତି ମହାନଦୀର ଗୁରୁତ୍ବ ସଂପର୍କରେ ପରୋକ୍ଷରେ ସୂଚାଇଥିଲେ।

ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ ଦେଶର ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବାକୁ ସରକାର କାମ କରିବେ ବୋଲି ମତ ରଖିବା ସହିତ ମହାନଦୀ ସଂପର୍କରେ ଠାରିଥିଲେ। କହିଥିଲେ, ନମାମି ଗଙ୍ଗେ ଯୋଜନାରେ ଗଙ୍ଗା ନଦୀ ଆବର୍ଜନା ମୁକ୍ତ କରିବା ପାଇଁ େକନ୍ଦ୍ର ସରକାର କାମ କରୁଛନ୍ତି। ସେହିପରି ମହାନଦୀ ସମେତ କାବେରୀ, ପେରିୟାର, ନର୍ମଦା ଓ ଗୋଦାବରୀ ଆଦି ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ଉଦ୍ୟମ କରିବେ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ପରିପ୍ରେକ୍ଷୀରେ ମହାନଦୀକୁ ନେଇ ଉଭୟ େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ ବଢ଼ିଯାଇଛି। େଗାଟିଏ ପଟେ ମହାନଦୀର ଜଳ ସମସ୍ୟା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅନ୍ୟପଟରେ ପ୍ରଦୂଷଣ େକ୍ଷତ୍ରରେ ମଧ୍ୟ ମହାନଦୀ ଚ୍ୟାଲେଞ୍ଜ ମୁକ୍ତ ନୁେହଁ। ଜଳ ସଂପଦ ବିଭାଗର ଅଧିକାରୀମାନଙ୍କ ତଥ୍ୟକୁ ଗ୍ରହଣ କରାଗଲେ, ରାଷ୍ଟ୍ରପତିଙ୍କ ମହାନଦୀ ସଂପର୍କରେ ମନ୍ତବ୍ୟ ତିନିଟି ଦୃଷ୍ଟିରୁ ଓଡ଼ିଶାର ଜୀବନରେଖା ପାଇଁ ମହତ୍ତ୍ବ ରଖୁଛି।

ଛତିଶଗଡ଼ ମହାନଦୀ ଜଳକୁ େରାକିବା ପଛରେ ଏକ ବଡ଼ କାରଣ େହଉଛି ଶିଳ୍ପାୟନ। ସଂପୃକ୍ତ ରାଜ୍ୟ ସରକାର ଶିଳ୍ପସଂସ୍ଥାକୁ ପାଣି େଯାଗାଇ ଦେବା ପାଇଁ ମହାନଦୀର ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ କରିଛନ୍ତି। ଏହାଦ୍ବାରା ମହାନଦୀରେ ଜଳାଭାବ ସୃଷ୍ଟି େହଉଥିଲା ଓ ଓଡ଼ିଶା ସରକାର େକନ୍ଦ୍ରଠାରୁ ନ୍ୟାୟ ନ ପାଇ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଏହା ବିଚାରାଧୀନ ରହିଛି।

ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅନ୍ୟ େଯଉଁ ପ୍ରସଙ୍ଗଟି ଆେଲାଚନା ପାଇଁ େକ୍ଷତ୍ର ପ୍ରସ୍ତୁତି କରିଛି, ତାହା ହେଉଛି, ଛତିଶଗଡ଼ ରାୟଗଡ଼ ଜିଲ୍ଲାର ସମସ୍ତ ବର୍ଜ୍ୟବସ୍ତୁ କେଲୋ ନଦୀ ମଧ୍ୟ େଦଇ ମହାନଦୀକୁ ଆସୁଛି। ସେଠାରେ ଏକାଧିକ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି ସହିତ ଶିଳ୍ପ ସଂସ୍ଥାର ପ୍ରଦୂଷଣ ମଧ୍ୟ ଏହି ନଦୀ ଗର୍ଭରେ ମିଶିବା କାରଣରୁ ଉପରମୁଣ୍ଡରୁ ସ୍ଥିତି ଗମ୍ଭୀର ହେଲାଣି।

ଛତିଶଗଡ଼ରେ େଯ କେବଳ ମହାନଦୀ ପ୍ରଦୂଷିତ େହଉଛି ତା ନୁହେଁ, ହୀରାକୁଦ ଜଳଭଣ୍ଡାରରୁ ସମୁଦ୍ର ଯାଏ ଆସିବା ବାଟରେ ମହାନଦୀ ଆହୁରି ଅଧିକ ପ୍ରଦୂଷିତ େହଉଛି। କାରଣ ଏକାଧିକ ସ୍ପଞ୍ଜ ଆଇରନ୍ କଂପାନି, ଶ୍ୟାମ େମଟାଲିକ୍, ଭୂଷଣ ଆଦି ବହୁ କଂପାନିର ବିଷାକ୍ତ ବର୍ଜ୍ୟଜଳ ମହାନଦୀରେ ମିଶୁଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବର୍ଜ୍ୟ େକାଇଲା ପାଣି ଧାରଣ କରୁଛି। ହୀରାକୁଦ, ସମ୍ବଲପୁର ଓ ବୁର୍ଲା, ସୋନପୁର, ବୌଦ୍ଧ, ଆଠମଲ୍ଲିକ, କଟକର ମଇଳା ପାଣି ଏହି ନଦୀରେ ପଡ଼ିବା କାରଣରୁ ତଳମୁଣ୍ଡରେ ପାଣି ପହଞ୍ଚିବା ବେଳକୁ ନଦୀ ଜଳ ବ୍ୟବହାର େଯାଗ୍ୟ େହାଇ ରହୁନାହିଁ। ତଥ୍ୟ ଅନୁସାରେ, ସମ୍ବଲପୁର ଓ କଟକରୁ େଯଉଁ ମଇଳା ପାଣି ମିଶୁଛି, ତାହା ସି ଓ ଡି କାଟଗୋରି ଯୁକ୍ତ। ଅର୍ଥାତ୍ ଗାେଧାଇବା ପାଇଁ ମଧ୍ୟ ଅନୁପଯୁକ୍ତ।

ପରିବେଶବିତ୍‌ମାନେ ମହାନଦୀ ଜଳ ପ୍ରଦୂଷଣ େକ୍ଷତ୍ରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଯୁକ୍ତି ବାଢୁଛନ୍ତି। ସେମାନଙ୍କ କହିବା କଥା େହଉଛି, ନଦୀ ପ୍ରଦୂଷଣର ପ୍ରଭାବ ପରିବେଶ ଉପରେ ସିଧାସଳଖ ପଡ଼ିଲାଣି। ଓଡ଼ିଶାର ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ଜୈବମଣ୍ଡଳ ଯଥା ସାତକୋଶିଆ, ଚିଲିକା, ଅଂଶୁପା, େଯାବ୍ରା ଓ ଭିତରକନିକାକୁ ବିପଦ ବଢୁଛି। ମହାନଦୀ ଯଦି ଏହିଭଳି ପ୍ରଦୂଷିତ ହୁଏ ଓ ଜଳ ସଙ୍କଟ ଦେଖାଯାଏ, ତେବେ ଆଗକୁ ସ୍ଥିତି ଗମ୍ଭୀର ରୂପ ଧାରଣ କରିପାରେ।

ଏମିତିରେ ବି ଶିଳ୍ପାୟନ କାରଣରୁ ମହାନଦୀରେ ଜଳ ସଙ୍କଟ େଯାଗୁଁ ଓଡ଼ିଶାର ୧୬ଟି ଜିଲ୍ଲା ଗଭୀର ଭାବେ ପ୍ରଭାବିତ େହଉଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଳ ଯୋଗାଣ େକ୍ଷତ୍ରକୁ ମଧ୍ୟ ଏହା ସଙ୍କଟ ଭିତରକୁ େଠଲି ଦେଲାଣି। ଏସବୁ ଜିଲ୍ଲାର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ପାଣି େକନାଲ ମାଧ୍ୟମରେ ହେଉ ବା ସିଧାସଳଖ ଲୋକେ ବ୍ୟବହାର କରୁଛନ୍ତି। ଏଣୁ ସ୍ବାସ୍ଥ୍ୟ ସେବା ପ୍ରତି ବିପଦ ସୃଷ୍ଟି କରୁଛି।

ମହାନଦୀ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖେ। ପାନୀୟ ସମସ୍ୟା, ଜୈବ ବିବିଧତା ବ୍ୟତୀତ କୃଷି େକ୍ଷତ୍ର ପାଇଁ ଏହାର ଅବଦାନ ଅତ୍ୟନ୍ତ ଉପଯୋଗୀ। ତିନିଟି ମୁଖ୍ୟ େକ୍ଷତ୍ରକୁ ଅବଦାନ ପରିପ୍ରେକ୍ଷୀରେ ଏହାର ସୁରକ୍ଷା ପାଇଁ େଯତିକି ତତ୍ପରତା ଦେଖାଇବା କଥା ତାହା ଏଯାଏ ପରିଲକ୍ଷିତ େହାଇନାହିଁ। େକନ୍ଦ୍ର ସରକାର ତ ଏଯାଏ ମହାନଦୀକୁ ଗୁରୁତ୍ବ େଦଇନାହାନ୍ତି, ରାଜ୍ୟ ସରକାର ମଧ୍ୟ େଯତିକି ଦୃଷ୍ଟି ଦେବା କଥା ତାହା ପରିଲକ୍ଷିତ େହାଇନାହିଁ। ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ନିର୍ମାଣ କଥା କୁହାଯାଉଛି। ମାତ୍ର ୧୨୧ଟି ପରିବାର ବିସ୍ଥାପନ ସମସ୍ୟାକୁ ରାଜ୍ୟ ସରକାର ଦୂର କରିପାରିଲେ ନାହିଁ େବାଲି ସିଣ୍ଢୋଳ ପ୍ରକଳ୍ପ ଶୀତଳଭଣ୍ଡାରକୁ ଚାଲିଗଲା। ଏହି ବ୍ୟାରେଜ ତ େହାଇପାରିଲା ନାହିଁ, ୩୦୦ େମଗାଵାଟ ବିଦ୍ୟୁତ ଉତ୍ପାଦନର ସୁେଯାଗ ବି ରାଜ୍ୟ ହରାଇଛି।

ଏବେ ସରକାର ଆଉ ୭ଟି ପ୍ରକଳ୍ପ ନିର୍ମାଣ ପାଇଁ ପାଗ ଭିଡୁଛନ୍ତି। ଖଇରମାଳ, ବଡ଼ମାଳ, ତରାପୁର ପ୍ରଥମ ପର୍ଯ୍ୟାୟରେ େହବା କଥା। କିନ୍ତୁ ଆସନ୍ତା ବଜେଟରେ ଏଥିପାଇଁ ଅର୍ଥ ବରାଦ େହଉଛି କି ନାହିଁ, ତାହା େଦଖିବା କଥା। ସେହିଭଳି ୨୦୦ େକାଟି ଟଙ୍କା ବ୍ୟୟରେ ଗ୍ରିନ୍ ମହାନଦୀ ମିସନ କଥା କୁହାଯାଇଥିଲା। ତା’ର ରୂପରେଖ ସଂପର୍କରେ ମଧ୍ୟ ଆଉ କେହି ମୁହଁ େଖାଲୁନାହାନ୍ତି।

ସଂପ୍ରତି େକନ୍ଦ୍ର-ରାଜ୍ୟ ସଂପର୍କରେ ସୁଧାର ଆସୁଛି। ବିଳମ୍ବରେ ହେଲେ ବି େକନ୍ଦ୍ର ସରକାର ମହାନଦୀର ଗୁରୁତ୍ବ ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସୁେଯାଗ ନେଇ ଯଦି ମହାନଦୀର ସୁରକ୍ଷା ଦିଗରେ ପଦକ୍ଷେପ ନ େନବେ, ଓଡ଼ିଶା ତତ୍ପରତା ନ େଦଖାଇବ, ସମ୍ଭବତଃ ରାଜ୍ୟର ଅର୍ଥନୀତି ଗଭୀର ଭାବେ ଆଗକୁ ପ୍ରଭାବିତ ହେବ ଏବଂ ରାଜ୍ୟର େଗାଟିଏ ଭାଗ ସଙ୍କଟ ଭିତରକୁ ଚାଲିଯାଇପାରେ େବାଲି ବୁଦ୍ଧିଜୀବୀ ମହଲ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର